ବସନ୍ତ ହୋତାଙ୍କ ପରଲୋକ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ. ସୁନୀତା ହୋତାଙ୍କ ବାପା ବସନ୍ତ ହୋତା (୮୯)ଙ୍କ ପରଲୋକ ହୋଇଛି । ବଲାଙ୍ଗିର ତୁଳସୀନଗର ପଡ଼ା ସ୍ଥିତ ଜ୍ୱାଇଁ ଡ. ଗିରିଜା ଶଙ୍କର ଉଦଗାତା ଓ ଝିଅ ଡ. ସୁନିତା ହୋତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସେ ସମ୍ବଲପୁର ଏଲଆର ଲ’ କଲେଜର ଅବସରପ୍ରାପ୍ତ ଷ୍ଟେନୋ ସହ ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ପିଏ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମିଷ୍ଟାଭାସୀ, ସରଳ, ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର ବଡ ଝିଅ ଡ଼ା. ସୁଜାତା ହୋତା ମଝିଆ ଝିଅ ସୁଚିତ୍ରା ହୋତା ଓ ସାନ ଝିଅ ଡ. ସୁନିତା ହୋତା, ବଡ ଜ୍ୱାଇଁ ଡ. ବିରେନ୍ଦ୍ର ପୁରୋହିତ, ସାନ ଜ୍ୱାଇଁ ଡ. ଗିରିଜା ଶଙ୍କର ଉଦଗାତା, ନାତୁଣୀ ଡ. ଅନ୍ୟାନ୍ୟ ଓ ଡ. ଅନ୍ୱେଷା ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ବିଭୁତି ପଡା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା । ବଡ ଝିଅ ସୁଜାତା ମୁଖଗ୍ନି ଦେଇଥିଲେ ।