ସରକାରୀ ଚାକିରିଆ ଓ ପେନସନଧାରୀଙ୍କୁ ରାସନକାର୍ଡ ପାଇଁ ଚୟନ ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ପଞ୍ଚାୟତ ଓ ନାଆମୀ ପଞ୍ଚାୟତରେ ସରକାରୀ ଚାକିରିଆ, ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିôବା ପେନସନଧାରୀ, ବହୁ ପରିମାଣର ଚାଷ ଜମି ଥିବା ବ୍ୟକ୍ତି, ବହୁତଳ କୋଠାଘର ଥିବା ପରିବାରକୁ ନୂତନ ରାସନକାର୍ଡ ହିତାଧିକାରୀ ଭାବେ ଚୟନ କରାଯାଇଛି ବୋଲି ଅଭିଯୋଗ ହୋଇଛି । ସଂପୃକ୍ତ ପଞ୍ଚାୟତର ନୂତନ ଭାବେ ରାସନକାର୍ଡ ପାଇବାକୁ ଆବେଦନ କରିଥିବା ପରିବାର ସମ୍ପର୍କରେ ଯାଂଚ କରିବା ଦାଇତ୍ୱରେ ଥିବା ଅଧିକାରୀ ଉପଯୁକ୍ତ ଭାବେ ତଦନ୍ତ ନକରି ଏଭଳି ସୁପାରିଶ କରିଥିବାରୁ ଏହି ଅଯୋଗ୍ୟ ତାଲିକା ପ୍ରସ୍ତୁତ ହୋଇଛି । ସଦ୍ୟ ପ୍ରସ୍ତୁତ ଏହି ତାଲିକାରେ ଗରିବ ପରିବାରକୁ ବାଦ ଦିଆଯାଇଛି । ପ୍ରଫୁଲ୍ଲ ବେହେରା, ସନ୍ତୋଷ ବେହେରା, ଦେବବ୍ରତ ଜେନା, କୁଳମଣି ଦାସ ପ୍ରମୁଖ ଉଭୟ ପଞ୍ଚାୟତ ଅଧିବାସୀମାନେ ଭିନ୍ନ ଭିନ୍ନ ଭାବେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବିଡିଓ ଯୋଗାଣ ବିଭାଗକୁ ଏହାର ଅନୁଧ୍ୟାନ ପାଇଁ ପଠାଇଥିବା ଜଣାଯାଇଛି । ଏ ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।