‘ସାହିତ୍ୟ ଘର’ ଉଦ୍ଘାଟିତ

 ଭଣ୍ଡାରିପୋଖରୀ:   ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଗ୍ରାମରେ ‘ସାହିତ୍ୟ ଘର’ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ହିମସାରମନା ସାହିତ୍ୟ ପରିଷଦ ସମ୍ପାଦକ ଦାମୋଦର ନାୟକଙ୍କ ବାସଭବନ ହତା ପରିସରରେ ନିର୍ମିତ ସାହିତ୍ୟ ଚର୍ଚ୍ଚା ପାଉଁ ଉଦ୍ଦିଷ୍ଟ ଏହି ଘରକୁ ପୃଷ୍ଠପୋଷକ ତଥା ସମାଜସେବୀ ବିରେନ୍ଦ୍ର ମହାନ୍ତି ଉଦ୍ଘାଟନ କରିଥିଲେ । ସାହିତି୍ୟକମାନଙ୍କ ନିୟମିତ ବୈଠକ ସହ ସାହିତ୍ୟ ଚର୍ଚ୍ଚା ପାଇଁ ଏହି ଗୃହ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ଉଦ୍ଘାଟକ ଶ୍ରୀ ମହାନ୍ତି ଆଶା ପ୍ରକାଶ କରିଥିଲେ । ସ୍ୱର୍ଗତ ଗାୟକ କଳାକାର ଅନିରୁଦ୍ଧ ପାଣିଗ୍ରାହୀଙ୍କ ସ୍ମୃତିରେ ନିର୍ମିତ ଏହି ସାହିତ୍ୟ ଘର ଉଦ୍ଘାଟନ ଉତ୍ସବରେ ସାହିତ୍ୟ ପରିଷଦ ସଭାପତି ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ଷୋଳମପୁର ସରପଞ୍ଚ ପରମାନନ୍ଦ ନାୟକ, ବରିଷ୍ଠ ସାହିତି୍ୟକ ଗୋଲକ ଚନ୍ଦ୍ର ମହାନ୍ତି, ରମାକାନ୍ତ ସାହୁ, ଗୋକୁଳାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।