ବଡ ଭାଇର ଚୋଟରେ ସାନ ଭାଇର ମୃତୁ୍ୟ 

ସୋର: ଗୋପୀନାଥପୁର ପଂଚାୟତ ଗୁଡିଖୋଳା ଗ୍ରାମର ରାଉତ ଭକ୍ତା ଓ ତାଙ୍କ ବଡ ଭାଇ ବାବୁଲି ଭକ୍ତା ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ବଡଭାଇ ବାବୁଲି ଭକ୍ତା ରାଗିଯାଇ ରାଉତକୁ ଏକ କଟୁରିରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରାଯିବା ପରେ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ । ହେଲେ ଚିକିସôିତ ହେବା ପରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ସନ୍ଧ୍ୟାରେ ପରିବାର ଲୋକେ ଏ ବାବଦରେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।