ସାପ କାମୁଡାରେ ଜଣେ ମୃତ
ଆସିକା : ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ଛେଳି ଚରାଳି ସାପ କାମୁଡାରେ ମୃତୁ୍ୟ ବରଣ କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ୬୫ ବର୍ଷୀୟ କାଳିଆ ନାୟକ । ସେ ଋଷୁକୁଲ୍ୟା ପଠାକୁ ପ୍ରତିଦିନ ଭଳି ଛେଳି ଚରାଇ ଯାଇଥିବା ବେଳେ ସାପଟି କାମୁଡି ଦେଇଥିଲା ବୋଲି ଘରଲୋକ କହିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲକୁ ଆଣିଥିବା ବେଳେ ଡକ୍ଟର ମୃତ ଘୋଷଣା କରିଛନ୍ତି । ବ୍ୟବଚ୍ଛେଦ ପରେ ମୃତର କାରଣ ଜଣା ପଡିବ ।