ବ୍ରାଉନ ସୁଗାର ଜବତ, ୧ ଅଟକ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଗୋପ ନିକଟରୁ ପୁଲିସ୍ ୮ ଗ୍ରାମ ୬ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ରାଜା ଆଲିଆସ୍ ଜ୍ଞାନଦୀପ ପରିଡ଼ା (୩୪) ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଅଟକ ରଖିଛି । ଟାଉନ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିବା ସୂଚନା ମିଳିଛି । ଅଟକ ବ୍ୟକ୍ତିଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ନିଆଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ।