ବାଲି ପାଇଁ ଦୁଇଗୋଷ୍ଠୀ ମୁହାଁମୁହିଁ... ଝାରପୋଖରୀଆ ଅଞ୍ଚଳରେ ଆଇନ ପରିସ୍ଥିତି ସୃଷ୍ଟି

 ସାରସକଣା:  ମୟୂରଭଞ୍ଜ ସ୍ଥିତ ତିନିରାଜ୍ୟ ସୀମାନ୍ତ ଅଞ୍ଚଳ ଝାରପୋଖରୀଆ ଠାରେ ଆଇନ ଗତ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବାଲି ବ୍ୟବସାୟ ପାଇଁ ଦୁଇଗୋଷ୍ଠୀ ମଧ୍ୟରେ ମଧ୍ୟରାତ୍ରରେ ଆମ୍ନାସାମ୍ନା ହୋଇ ଧସ୍ତାଧୂସ୍ତି ହୋଇ ସ୍ଥାନୀୟ ଝାରପୋଖରୀଆ ପୋଲିସର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଜାମଶଳା, ଝାରପୋଖରୀଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଥିବା ଗୋଚ୍ଛିତ ବାଲିକୁ ବିକ୍ରି କରାଯାଉଥିବା ବେଳେ, ସେଥିରୁ ବେଆଇନ ଭାବରେ ଅର୍ଥ ସଂଗ୍ରହ କରାଯାଉଥିବା ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଅଭିଯୋଗ ଲଗାଇ ଆସୁଥିଲେ । ତେବେ ଗତକାଲି ବଟି ନଦେଇ ଗୋଟିଏ ଗୋଷ୍ଠୀ ଗୋଟିଏ ହାଇବା ଯୋଗେ ବାଲି  ଚାଲାଣ କରୁଥିବା ବେଳେ, ସରକାରୀ ଦଳର ଗୋଷ୍ଠୀ ରାତ୍ରିରେ ମିଳିତ ଭାବେ ଅଟକ କରି ପୁଲିସକୁ ଖବର ଦେବାପରେ, ଗାଡିଟିକୁ ଜବତ କରି ଥାନାକୁ ନେଇଥିଲେ । ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଫଳ ସ୍ୱରୂପ ଦୁଇଗୋଷ୍ଠୀ ଥାନାରେ ବସିରହିଥିଲେ । ଘଟଣାକୁ ନେଇ ଝାରପୋଖରୀଆ ଥାନାଧିକାରୀ କୋଠର କାର୍ଯ୍ୟାନୁଷ୍ଠାନ ପୂର୍ବକ ବମ୍ବେଛକ, ଝାରପୋଖରୀଆ ବଜାରରେ ବ୍ୟାପକ ପୋଲିସ ମୁତୟନ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରିଥିବା ନେଇ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ତେବେ ସରକାର ବଦଳିବା ପରଠାରୁ ସାରସକଣା ବ୍ଲକରେ ବାଲି ବ୍ୟବସାୟକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ, ସରକାରୀ ଦଳ ଓ ବିରୋଧୀ ଦଳର ବ୍ୟବସାୟୀଙ୍କ ଅଙ୍କ ଛିଡୁ ନଥିବାରୁ ଝାରପୋଖରୀଆ ଥାନା ଅଞ୍ଚଳ ଅଶାନ୍ତରେ ଚାଲିଥିବା ଜନସାଧାରଣ ଆଲୋଚନା ଚାଲିଥିଲା । ତେବେ ଏ ସବୁ ପଛରେ ରାଜନୈତିକ ହସ୍ତକ୍ଷେପ ରହିଥିବା ଜଣାଯାଇଛି । ଘଟଣାର ତଦନ୍ତ ପୂର୍ବକ ଜିଲ୍ଲାପାଳ ହସ୍ତକ୍ଷେପ ନକଲେ ଆସନ୍ତା ଦିନରେ ଝାରପୋଖରୀଆ ଅଞ୍ଚଳରେ କୌଣସିବି ଅଘଟଣ ଘଟିପାରେ ଏହାକୁ ଏଡାଇ ହେବନାହିଁ ।