ଛୁରି ଦେଖାଇ ଲୁଟ ଘଟଣାରେ ୨ ଗିରଫ 


ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ରାସ୍ତାର ପଙ୍କଳସାହି ଛକ ନିକଟରେ ଆଦିପୁର ଗ୍ରାମର କେଶବ ସ୍ୱାଇଁ କରିଥିବା ମା'କାଳୀ ଢ଼ାବାରେ  ଛୁରୀ ଦେଖାଇ ଲୁଟ୍ ଘଟଣାରେ ପୋଲିସ ୨ ଜଣକୁ ଗିରଫ କରିଥିବା ଜଣାଯାଇଛି  । ଗିରଫ ଅଭିଯୁକ୍ତମାନେ ହେଲେ ବୁଗୁଡ଼ା ଥାନା ଶାଳବଣି ଗ୍ରାମର କେଶବ ପ୍ରଧାନ ଓ ଶାଳବଣିରେ ବାହା ହୋଇଥିବା ଓଡ଼ଗାଁ ଥାନା କୋମଣ୍ଡ ଗ୍ରାମର ଶ୍ରୀକାନ୍ତ ପ୍ରଧାନ  । ପୋଲିସ ଶ୍ରୀକାନ୍ତଠାରୁ ନଗଦ ୫ ହଜାର ଏବଂ କେଶବଙ୍କ ଠାରୁ ୧୨୫୦ ଟଙ୍କା ସହ ଛୁରୀଟିଏ  ଜବତ କରିଥିବା ନେଇ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କଠାରୁ ପ୍ରକାଶ ପାଇଛି  । ପ୍ରକାଶ ଯେ, ଗତ ୧୩ ତାରିଖ ମାଧ୍ୟାନ୍ନ ସମୟରେ ଅଭିଯୁକ୍ତ ଦ୍ୱୟ ଢ଼ାବା ମାଲିକ କେଶବ ସ୍ୱାଇଁଙ୍କୁ ଛୁରୀ ଦେଖାଇ ୧୧ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ପରେ ଅଭିଯୁକ୍ତ କେଶବ କୋରାପୁଟର ଜୟପୁରକୁ ·ଲିଯାଇଥିଲା । ଏହି ଘଟଣା ଉପରେ ନଜର ରଖିଥିବା ବୁଗୁଡ଼ା ପୋଲିସ ଆଜି ଉଭୟଙ୍କୁ ଗିରଫ କରିବା ସହ କେସ୍ ନଂ ୨୭୪/୨୪ରେ ଏକ ମାମଲା ରୁଜୁ କରି କୋର୍ଟ ·ଲାଣ କରିଥିବା ଜଣାପଡ଼ିଛି ।