ନାହିଁ ସିନେମା ହଲ୍, ମନୋରଞ୍ଜନରୁ ବଞ୍ଚôତ ଲୋକେ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା କଳା ଓ ସଂସ୍କୃତିର ମାଟି । କିନ୍ତୁ ସୋନପୁର ସଦର ମହକୁମାରେ ଗୋଟିଏ ସିନେମା ହଲ୍ ନାହିଁ । ଯାହା ପର୍ଯ୍ୟଟକ, କଳା ପ୍ରେମୀ, ଯୁବ ଶ୍ରେଣୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ସୋନପୁରର ଏକମାତ୍ର ସିନେମା ହଲ ସୋମଲାଇ ଟକିଜ ବନ୍ଦ ହୋଇ ପଡ଼ିଛି । ପୂର୍ବରୁ ୧୯୮୨ମସିହା ବନ୍ୟା ପରେ ତରଭାରେ ଥିବା ଏକମାତ୍ର ନଟରାଜ ସିନେମା ହଲ ବନ୍ଦ ହୋଇଯାଇଥିଲା । ଏହିଠାରେ ୧୯୬୭ ମସିହାରେ ଓଡିଶା ସିନେମା ଶ୍ରୀ ଲୋକନାଥ ଆରମ୍ଭ ହୋଇଥିଲା । ଏବଂ ଓଡିଶା ସୁପରିଚିତ ଫିଲ୍ମ ‘ଗପ ହେଲେ ବି ସତ’ ରିଲିଜ ହୋଇଥିଲା । ବିଶିଷ୍ଟ କଳାକରା ସ୍ୱର୍ଗତ ନଟବର ଷଢଙ୍ଗୀ ଏହି ସିନେମା ହଲର ମାଲିକ ଥିଲେ । କ୍ରମଶଃ ବର୍ଦ୍ଧିତ ଜନସଂଖ୍ୟା ନେଇ ତରଭା ଏନ୍ଏସି ଅଞ୍ଚଳରେ ଏକ ସିନେମା ହଲର ଦାବି ହେଉଛି । ସିନେମା ଜଗତରେ ଅନେକ ଉପର ତଳ ନେଇ ଘଟଣା ସିନେମା ହଲରେ ପଡ଼ିଥିଲେ ମଧ୍ୟ ସୋନପୁରର ସିନେମା ହଲ ନିରବିଚ୍ଛିନ୍ନ ଭାବରେ ଚାଲୁଥିଲା । ଏହି ଘରୋଇ ସିନେମା ହଲ ନେଇ ଅନେକ ଲୋକମାନେ ଗୁଜୁରାଣ କରୁଥିଲେ । ଅନେକ ଦୂର ଦୂରାନ୍ତ ଲୋକେ ଆସି ସିନେମା ହଲର ବଡ ପରଦାରେ ଫିଲ୍ମମ୍ ଦେଖିବା ନିଆରା ଅନୁଭୁତି ନେଉଥିଲେ । ପରବର୍ତ୍ତୀ ସମୟ ୨୦୦୩ମସିହା ମହାନଦୀରେ ସେତୁ ନିର୍ମାଣ ପରେ ସିନେମା ଭଲ ବ୍ୟବସାୟୀ କରୁଥିଲା । ସଦର ମହକୁମା ସୋନପୁର ସହରରେ ଭୌଗୋଳିକ ଦୃଷ୍ଟିରୁ ଠିକ୍ ରହିଛି । ଏହି ସହରରୁ ସବୁ ଅଞ୍ଚଳ ୨୦ ରୁ ୩୦ କିଲୋମିଟର ଦୂରତା । ଜିଲ୍ଲାର ଓ ଆଖପାଖ ଅଞ୍ଚଳ ଜନସଂଖ୍ୟା କ୍ରମଶଃ ବୃଦ୍ଧିପାଇଛି । ଯାତ୍ରୀ, ପର୍ଯ୍ୟଟକ, ଯୁବ ଶ୍ରେଣୀ ସଂଖ୍ୟା ଢେର ବଢ଼ିଛି । ପ୍ରତିଦିନ ଜିଲ୍ଲାର ଛଅଟି ବ୍ଲକମାନଙ୍କ ସହ ବୌଦ୍ଧ ଜିଲ୍ଲାର ମନୁମୁଣ୍ଟା,ଦହ୍ୟା, କଣ୍ଟାମାଳ, ବାଉଁଶୁଣୀ, ଘଣ୍ଟାପଡ଼ା ଅଞ୍ଚଳର ଲୋକ ବିଭିନ୍ନ କାର୍ଯ୍ୟ ଆସିଥାଆନ୍ତି । ଅତୀତରେ ସ୍ୱଳ୍ପ ମୂଲ୍ୟ ଟିକଟରେ ସିନେମା ହଲରେ ମନୋରଞ୍ଜନ କରି ଫେରୁଥିଲେ । କିନ୍ତୁ କରୋନା ମହାମାରୀର ସାମାଜିକ ଦୂରତା ନିୟମରେ ଏହି ସିନେମା ହଲ ଉପରେ ପ୍ରଭାବରେ ବନ୍ଦ ହେଲା । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସିନେମା ହଲ କ୍ଷତି ଓ ତାର ମୌଳିକ ସମସ୍ୟା ସମାଧାନ କରି ପାରିଲେନାହିଁ । ରାଜ୍ୟ ଅନେକ ସିନେମା ହଲ ପରି ସୋନପୁର ସିନେମା ହଲ ବନ୍ଦ ହେଲା ବୋଲି କୁହାଯାଉଛି । ବର୍ତ୍ତମାନ ରାଜ୍ୟରେ ଅନେକ ଭଲ ଓଡିଆ ସହ ହିନ୍ଦି ସିନେମା ରିଲିଜ ହେଉଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାବାସୀ ବଡ ପରଦାରେ ସିନେମା ଦେଖିବାର ସୁଯୋଗ ପାଉନାହାନ୍ତି । ରାଜ୍ୟରେ ନୂତନ ସରକାର ଆସିଛି । ସୁବର୍ଣ୍ଣପୁର ପରି ଜିଲ୍ଲା ସଦର ମହକୁମା ସିନେମା ହଲ କରିବାକୁ ଦୃଷ୍ଟି ଦେବାକୁ ଦାବି ହେଉଛି ।