ବିଶ୍ୱ ହିନ୍ଦୁ ପରିଷଦର ବୈଠକ

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପୁରୁଣାପଡ଼ା ଠାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଉପ-ସଭାପତି ଭକ୍ତ ଚରଣ ସାହୁ, ଜିଲ୍ଲା ସଭାପତି ଶାନ୍ତନୁ ମୁଣ୍ଡ, ଜିଲ୍ଲା ସମ୍ପାଦକ ସେବକରାମ ସାହୁଙ୍କ ସମେତ ସମସ୍ତ ଜିଲ୍ଲା ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ତଥା ବଜରଙ୍ଗ ଦଳ ସଂଯୋଜକ ରୋମାଞ୍ଚଳ ଯୋଶୀ ଏବଂ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମନ୍ତ ପଟେଲ ଉପସ୍ଥିତ ଥିଲେ । ଏହି ବୈଠକରେ ବଜରଙ୍ଗ ଦଳର ନୂତନ ଦାୟିତ୍ୱ ସମସ୍ତଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି । ଭବାନୀପାଟଣା ନଗର ସହ-ସଂଯୋଜକ ଭାବେ  ପରିତୋଷ ବିଶୋଇ, ଭବାନୀପାଟଣା ସଦର ପ୍ରଖଣ୍ଡ ସଂଯୋଜକ ଭାବେ ନୀଳେଶ ଚୌହାନ ଏବଂ ନର୍ଲା ପ୍ରଖଣ୍ଡର ସଂଯୋଜକ ଭାବେ ମହାଦୀପ୍ତ ଭୋଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।