୭୫ବର୍ଷର ନୀଳଗିରି କଚେରୀ ବଜାର ଦୁର୍ଗାପୂଜା ୪ଦିନ ଧରି ଭକ୍ତଙ୍କ ପାଇଁ ପ୍ରସାଦ ସେବନ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି:ବାଲେଶ୍ୱର ଜିଲ୍ଲାର ଗଡ଼ଜାତ ମାଟି ନିଳଗିରି କଚେରୀ ବଜାର ଦୁର୍ଗା ପୂଜା ବହୁ ପୁରାତନ । ରାଜା ରଜୁଡ଼ା ଅମଳରୁ ଏଠି ମା ଦୁର୍ଗାଙ୍କୁ ପୂଜା କରାଯାଉଥିବାର ଶୁଣିବାକୁ ମିଳୁଛି । ଜଙ୍ଗଲ ଘେରା ଆଦିବାସୀ ବହୁଳ ଅଞ୍ଚଳରେ ଏହି ଦୁର୍ଗା ପୂଜା ନିଆରା । ଦେବୀ ପୀଠରେ ଗୁରୁବାର ଦିନ ଅଷ୍ଟମୀ ପୂଜା ପାଳନ କରାଯାଉଥିବା ବେଳେ ମଣ୍ଡପ ଗୁଡିକରେ ତା ପର ଦିନ ଅଷ୍ଟମୀ ପୂଜା ପାଳନ କରନ୍ତି । କଚେରୀ ବଜାର ଦୁର୍ଗା ପୂଜା କମିଟି ବହୁ ପୁରାତନ ଅନୁଷ୍ଠାନ ଭାବେ ବାଲେଶ୍ୱର ଜିଲ୍ଲାରେ ସ୍ଥାନ ପାଇଛି । ସପ୍ତମୀ ଦିନ ଠାରୁ ମା ଦୁର୍ଗାଙ୍କୁ ଆଡମ୍ବର ପୂର୍ଣ୍ଣ ଭାବେ ରୀତି ନୀତି ଅନୁସାରେ ମା ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ପ୍ରଥମେ ଏଠିକାର ବହୁ କମ୍ ଦୋକାନୀ ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ କରିଥିଲେ । ସେମାନେ ଆଜି ନାହାନ୍ତି ସତ ହେଲେ ସେମାନଙ୍କର ପରମ୍ପରାକୁ ବଜାଇ ରଖିଛନ୍ତି ନୀଳଗିରିର ଉଦୀୟ ମାନ ଦୁର୍ଗା ଭକ୍ତ ମନୋରଞ୍ଜନ ବିଶ୍ୱାଳ ଓରଫ୍ ମନୁ ଭାଇ । ଆଜକୁ ୫୫ବର୍ଷ ଧରି ମନୁ ଭାଇ ଦୁର୍ଗା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଏକ କରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ମା ଦୁର୍ଗାଙ୍କ ପୂଜା ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ବହୁ ଉଚ୍ଚ ତୋରଣ ସାଂଗକୁ ଆଲୋକର ଆଲୋକ ମାଳାରେ ଝଲସି ଉଠୁଛି ଦୁର୍ଗା ମଣ୍ଡପ । ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିଥାଏ । କମିଟିର ସଭାପତି ମନୋରଂଜନ ବିଶ୍ୱାଳ ଏଠିକାର ଦୁର୍ଗା ପୂଜା ବହୁ ପୁରାତନ, ଏହାର ଗୋଲ୍ଡେନ୍ ଜୁବୁଲି ମଧ୍ୟ ଦୀର୍ଘ ୧୦ଦିନ ଧରି ବହୁ ଆଡମ୍ବର ପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା । ପ୍ରତି ବର୍ଷ ସପ୍ତମୀ ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ପାଖାପାଖି ଏକ ହଜାର ରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥାଏ ବୋଲି ପ୍ରକାଶ କରିଛନ୍ତି । ମା ଙ୍କ କୃପାରୁ ଅତି ସହଜରେ ପୂଜା ପାଳନ କରାଯାଉଥିବାର ପ୍ରକାଶ କରିଛନ୍ତି । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ବଞ୍ଚିଥିବା ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ପୂଜା କରିବି ବୋଲି କମିଟିର ସଭାପତି ମନୋରଂଜନ ବିଶ୍ୱାଳ ସୂଚନା ଦେଇଛନ୍ତି ।