ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ

ଭୁବନେଶ୍ୱର : ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସରକାର ସୁରୁଖୁରୁରେ ଅଧିବେଶନ ଚଳାଇବାକୁ ଚାହୁଁଥିବାବେଳେ କେତେକ ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ ବିଜେଡି ଏବଂ ଶାସକ ଭାଜପାର ବିଧାୟକଦଳ ବୈଠକ ଅନୁଷ୍ଠିତ ହୋଇସାରିଛି। ଗୁରୁବାର ବିଜେଡି ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ ହେବା ସ୍ଥିର ହୋଇଛି।