ଶ୍ରୀମନ୍ଦିର ଭିତରେ ହେବ ସ୍ତନ୍ୟପାନ ଗୃହ

 ପୁରୀ  : ଶ୍ରୀମନ୍ଦିରକୁ ପ୍ରତ୍ୟେହ ବହୁ ସଂଖ୍ୟକ ଭକ୍ତ ଓ ଯାତ୍ରୀ ପରିଦର୍ଶନରେ ଆସୁଥିବା ବେଳେ ଅନେକ ମହିଳା ନିଜ ନିଜର ଛୋଟ ଛୋଟ ଶିଶୁମାନଙ୍କୁ ସଙ୍ଗରେ ଧରି ଆସୁଛନ୍ତି  । ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମା’ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା କରାଯାଇଛି  ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ଼. ଅରବିନ୍ଦ ପାଢୀ, ପୂର୍ବତନ ଏସ୍ପି ପିନାକ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚିସ୍ମିତା ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଆଲୋଚନା ପୂର୍ବକ ଏକ ସ୍ୱତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରାଯାଇଛି । ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ୟାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମାଆ ତଥା ଶିଶୁଙ୍କ ସ୍ୱାଚ୍ଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ  । ଏହି ଗୃହ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ମହିଳା ସହାୟକ ମୁତୟନ ହେବେ  । ଦୀର୍ଘଦିନ ଧରି ଏନେଇ ଦାବି ହୋଇଆସୁଥିବା ବେଳେ ମହିଳାଙ୍କ ପ୍ରତି ଉତ୍ତରଦାୟିତ୍ୱ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ପାଢୀ ନିଦେ୍ର୍ଦଶ ଦେଇଛନ୍ତି ।