ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଗୁରୁତର
ବୈଶିଙ୍ଗା : ଅଜଣା ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ବୈଶିଙ୍ଗା ଥାନା ଅଧୀନ ବୈଦିପୁର ଗ୍ରାମର ଚକରା ସିଂଙ୍କ ୩୦ବର୍ଷୀୟ ପୁଅ ମନରଞ୍ଜନ ସିଂ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାଇ ମନରଞ୍ଜନଙ୍କ ବଡବାପା ଜଳଧରଙ୍କ ଘରେ ବିବାହ ଭୋଜି ·ଲିଥିବାବେଳେ ସେ ସେଠାରେ ଉପସ୍ଥିତ ରହି ଲୋକଙ୍କ ଖାଇବା ପିଇବା ନେଇ ବୁଝାବୁଝି କରୁଥିଲା । ହେଲେ ହଟାତ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ କୌଣସି ଅସ୍ତ୍ର ସାହାଯ୍ୟରେ ମନରନର ପଛପଟ ମଥାରେ ଶକ୍ତ ପ୍ରହାର କରିଥିଲା । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନରଞ୍ଜନକୁ ପରିବାର ଲୋକ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିବା ବେଳେ ରକ୍ତସ୍ରାବ ବନ୍ଦ ନହୋଇ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ହେଲେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବୈଶିଙ୍ଗା ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏନେଇ ବୈଶିଙ୍ଗା ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ବୈଶିଙ୍ଗା ଥାନାକୁ କିଛି ସୂଚନା ଦେଇ ନ ଥିବାର ଜଣାଯାଇଛି । ତେବେ କାହିଁକି କିପରି ଏହି ଘଟଣା ଘଟିଲା ତାହା ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଦାବି ହୋଇଛି ।