ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ  : ୩ ମୁଖ୍ୟ ଅଭିଯୁକ୍ତ ଗିରଫ 

 କପ୍ତିପଦା : କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ ବାଲି ମାଫିଆ । ପୂର୍ବରୁ ୬ ଆକ୍ରମଣକାରି ମାଫିଆ ଗିରଫ ହୋଇଥିବା ବେଳେ  ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୁଇ ବାଲି ମାଫିଆଙ୍କୁ ଟାଟା ଜାମସେଦପୁରରୁ ଉଠାଇ ଆଣିଛି ପୁଲିସ । ଗିରଫ ଦୁଇ ମାଫିଆ ହେଲେ ଦୀପକ ପାଢ଼ୀ ଏବଂ ଅନନ୍ତ ଦାସ । ଆକ୍ରମଣ ପରେ ମୁଖ୍ୟ ଅଭିଯୁକ୍ତ ଦୁଇ ମାଫିଆ ଯାଇ ଟାଟା ଜାମସେଦପୁରରେ ଲୁଚିଥିଲେ । ତାଙ୍କ ଗତିବିଧି ଟ୍ରାକ କରି ଉତ୍ତରାଞ୍ଚଳ ଆଇଜି ଙ୍କ ସ୍ପେଶାଲ ସ୍କ୍ୱାଡ ସେମାନଙ୍କୁ ଜାମସେଦପୁରରୁ ଗିରଫ କରିଛି ।  ଏହା ସହିତ ଅନ୍ୟ ଏକ ଟିମ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ରବିବାର ରାତି ୨ ଟା ସମୟରେ ଚଢ଼ାଉ କରିଥିଲା । ସେଠାରୁ ଅନ୍ୟ ଜଣେ ମାଫିଆ  ଭବାନନ୍ଦ ନାୟକଙ୍କୁ ଗିରଫ କରିଛି ପୁଲିସ  । ଭବାନନ୍ଦ ନାୟକ କପ୍ତିପଦା ହାତୀମଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିବା ସହିତ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ।