ବଜ୍ରାଘାତରେ ମନ୍ଦିର ବେଢା ଫାଟିଲା
ଭଦ୍ରକ : ଭଦ୍ରକ ବ୍ଳକ ଆଦର୍ଶ ହରିପୁର ଗ୍ରାମରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ପାଖରେ ଥିବା ମହାଦେବ ମନ୍ଦିର ଆଜି ବଜ୍ରାଘାତରେ କ୍ଷତି ଘଟିଛି । ଯାହାକୁ ନେଇ ଅଞ୍ଚଳବାସୀ ଏଠାରେ ନୀତି ନିୟମ ଓ ଭକ୍ତିରେ ପୂଜା କରୁଥିବାରୁ ଲୋକଙ୍କର କ୍ଷତି ନଘଟି ଠାକୁର ତାଙ୍କ ପାଖକୁ ନେଇଗଲେ ବୋଲି କହିଛନ୍ତି ।ସୋମବାର ପ୍ରବଳ ଗରମ ଗୁଳୁଗୁଳି ଥିବା ବେଳେ ହଟାତ ମଧ୍ୟାହ୍ନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ସେହି ସମୟରେ ଭଦ୍ରକ ହରିପୁର ଠାରେ ଜଗନ୍ନାଥଙ୍କ ମନ୍ଦିର ଉପରେ ଏକ ପାର୍ଶ୍ୱରେ ବିଜୁଳି ମାଡ଼ ହୋଇ କିଛି ଅଂଶ ଖସି ପଡ଼ିଥିବା ବେଳେ ପାଖ ଶିବ ମନ୍ଦିର ଭିତରେ ଲିଙ୍ଗ ବେଢା ସହ ଫାଟି ଧସି ଯାଇଥିବା ଦେଖା ଯାଇଛି । ଜଗନ୍ନାଥ ମନ୍ଦିର ଛେରା ପହଁରା କରୁଥିବା ମହାରାଜା ମାନସ ମହାନ୍ତି ପହଁଞ୍ଚି ଘଟଣା ସମ୍ପକରେ ବୁଝିଥିଲେ । ସେହିପରି ମନ୍ଦିର ପୂଜାରୀ ରଶ୍ମି ରଂଜନ ମିଶ୍ର ମଧ୍ୟ ବଡ଼ ଜୋର ବଜ୍ରପାତ ମାଡ଼ ବେଳେ ସେ ରକ୍ଷା ପାଇଥିବା କହିଛନ୍ତି । ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ମନ୍ଦିର ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ଭକ୍ତ ଓ କମିଟି କର୍ମକର୍ତ୍ତା ମାନେ ଦାବୀ କରିଛନ୍ତି ।