ବିଦୁ୍ୟତ ସଂସ୍ପର୍ଶରେ ଆସି ମାଈ ହାତୀର ମୃତୁ୍ୟ


ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବ୍ଲକ ଅଧୀନ ସଇତପୁର ପଞ୍ଚାୟତର ଗ୍ରାମରେ ଗୁରୁବାର ଭୋର ସମୟରେ ବିଦୁ୍ୟତ ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତୁ୍ୟ ଘଟିଛିି । ସୂଚନା ମୁତାବକ ବେତନଟୀ ରେଞ୍ଜର  ଅଧୀନର ବଡାମପୁର ସେକ୍ସନ ଅଞ୍ଚଳରେ ଗତ କିଛି ଦିନ ହେବ ୨୫ଟି ହାତୀ ପଲ ଉତ୍ପାତ ଜାରି ରଖିଥିଲେ । ତେବେ ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ୧୯ଟି ହାତୀକୁ ରାସଗୋବିନ୍ଦପୁର ରେଞ୍ଜ ପରିସରରକୁ ଘଉଡାଇ ଦେଇଥିଲେ । ଅନ୍ୟ ୬ଟି ହାତୀ ଜଙ୍ଗଲ ମଧ୍ୟରେ ରହିଯାଇଥିଲେ । ଗୁରୁବାର ଭୋର ସମୟରେ ମୁଖ୍ୟ ଗୋଠରୁ ଅଲଗା ହୋଇ ମାଈହାତୀଟି ଜାମଶୂଳି ଠାରେ ଜନବସତି ମୁହାଁ ହୋଇଥିଲା ।
   ସୂଚନା ଅନୁସାରେ ଧାନ ଚାଷକୁ ସୁରକ୍ଷା ଦେବାକୁ ଯାଇ ଜାମଶୂଳି ଗ୍ରାମର ଗ୍ରାମବାସୀମାନେ ଜିଆଇ ତାରରେ ଅସ୍ଥାୟୀ ତାରବାଡ ତିଆରି କରି ବିଦୁ୍ୟତ ସଂଯୋଗ କରି ରଖିଥିଲେ । ଫଳସ୍ୱରୂପ  ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା  ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତୁ୍ୟ ଘଟିଥିଲା । ସେଠାରେ ମୃତ ହାତୀକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିରହିଥିଲା । ପୂର୍ବାହ୍ନ ସମୟରେ  ବନବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ହାତୀଟି ମୃତ ପରେ ମଧ୍ୟ ଶୁଣ୍ଢରେ ବିଦୁ୍ୟତ ତାରଟି ଅଦ୍ୟାବଧି ଲାଗିରହିଥିବାର ଦେଖାଯାଇଥିଲା । ମୟୂରଭଞ୍ଜ ଡିଏଫଓ ଏ ଉମା ମହେଶ, ଏସିଏଫ ରବିନାରାୟଣ ମହାନ୍ତି, ଆରସିସିଏଫ ପ୍ରକାଶ ଚାନ୍ଦ ଗୁଗୁନେଇ, ରେଞ୍ଜର ମନୱର ଖାଁ  ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା ବେଳେ ବ୍ୟବଚ୍ଛେଦ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି । ତଦନ୍ତ ପରେ ବିଦୁ୍ୟତ ତାର ବାଡ ଲଗାଇଥିବା ଦୁର୍ବୃତ୍ତଙ୍କ  ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରତି ପଞ୍ଚାୟତରେ ଗଜସାଥୀ ଥିବା ପରେ ମଧ୍ୟ ହାତୀମାନଙ୍କ ଗତିପଥ ନଜାଣି ପାରିବା ଓ ବଡାମପୁର ସେକ୍ସନ ଅଧୀନରେ ହାତୀମାନଙ୍କ ବିଚରଣ ଚାଲିଥିବା ବେଳେ ବୈଶିଙ୍ଗା ବିଦୁ୍ୟତ ବିଭାଗ କିପରି ବିଦୁ୍ୟତ କାଟିନଥିଲା ଏନେଇ ସେମାନଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମାଈ ହାତୀ ମୃତୁ୍ୟ ପଛରେ ପ୍ରକୃତରେ ଦୋଷୀ କିଏ ବିଦୁ୍ୟତ ବିଭାଗ, ବିଦୁ୍ୟତ ସଂଯୋଗ କରିଥିବା  ଚାଷୀ ନା ବନ ବିଭାଗ ଏଭଳି ବିଭିନ୍ନ ପ୍ରଶ୍ନ ପରିବେଶବିତ୍ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ହୋଇଛିି ।  ହାତୀର ମୃତୁ୍ୟ ଘଟଣା ସାରା ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।