ଭିତରକନିକାରେ ବନସହିଦ ଦିବସ ପାଳିତ
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଆଜି ବନ ସହିଦ ଦିବସ ପାଳନ କରାଯାଇଛି । ସବୁଜ ବନାନୀ ଓ ନିରୀହ ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଯେଉଁ ମହାନ ଆତ୍ମା ନିଜ ଜୀବନକୁ ଉସôର୍ଗୀକୃତ କରିଦେଇଛନ୍ତି, ସେମାନଙ୍କ ବଳିଦାନ ବୃଥା ନଯାଉ ସେଥି ପାଇଁ ବନବିଭାଗ ପ୍ରତିବର୍ଷ ଭଳି ଆଜି ମଧ୍ୟ ସହିଦ ମାନଙ୍କ ସ୍ମୃତି ଚାରଣ ନିମନ୍ତେ ବନ ସହିଦ ଦିବସ ପାଳନ କରିଛି । ବନ୍ୟପ୍ରାଣୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ସହିଦ ହୋଇଥିବା କର୍ମଚାରୀ ଏସକେନୂର ମହମ୍ମଦ , ଶେଖ୍ ଗାଫିଲ, ଦ୍ୱିଜବର ସ୍ୱାଇଁ , ମଧୁସୂଦନ ବେହେରା, ଶ୍ୟାମ ସୁନ୍ଦର ସିଂଙ୍କ ସ୍ମୃତି ଚାରଣ କରାଯିବା ସହ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସଙ୍କ ପୈ ।ରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଯୋଗଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ସେମାନଙ୍କ ପରିବାରକୁ ସମ୍ବର୍ଦ୍ଧନା ଦେବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀଙ୍କ ସହ ସହକାରୀ ବନ ସଂରକ୍ଷକ ଗଗନ ବିହାରୀ ମଲ୍ଲିକ, କୁଜଙ୍ଗ ବନାଞ୍ଚଳ, ମହାକାଳପଡା ବନାଞ୍ଚଳ, ଗହୀରମଥା ବନାଞ୍ଚଳ, କନିକା ବନାଞ୍ଚଳ ଓ ରାଜନଗର ବନାଞ୍ଚଳ ର କର୍ମଚାରୀ ମାନେ ଯୋଗଦାନ କରି ସହିଦ ମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।