ଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବାଚସ୍ପତିି ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ପଣ୍ଡାଙ୍କୁ ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଛି । ଉକ୍ତ କମିଟିରେ ଲୋକସଭାରୁ ୧୫ଜଣ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । ଉକ୍ତ କମିଟିରେ ତାରିକ ଅନୱାର, ସୁଦୀପ ବନେ୍ଦାପାଧ୍ୟାୟ, କାନିମୋଇ, ପ୍ରତାପ ଷଡ଼ଙ୍ଗୀ, ଦେବାଶିଷ ସାମନ୍ତରାୟ ଓ ଅରୁଣ ସିଂହ ପ୍ରମୁଖ ସଦସ୍ୟ ରହିଛନ୍ତି ।