ଭାରତ ରଖିଛି ହାର୍ପି ଡ୍ରୋନ୍
ଇସ୍ରାଏଲର ଅନ୍ୟତମ ଶକ୍ତିଶାଳୀ ଅସ୍ତ୍ର ହେଉଛି ହାର୍ପି ଡ୍ରୋନ । ଭାରତ ପାଖରେ ମଧ୍ୟ ଏହି ଅସ୍ତ୍ର ରହିଛି । ଏହି ଡ୍ରୋନ୍ ଶତ୍ରୁ ପକ୍ଷରୁ ରାଡ଼ାର ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଖିନଭିନ କରିଦିଏ । ୨୦୦୦ରେ ଭାରତ ଏହାକୁ ଇସ୍ରାଏଲରୁ କିଣିଥିଲା । ଘଣ୍ଟା ପ୍ରତି ୧୮୫ କିମି ବେଗରେ ଏହା ମାଡ଼ କରିପାରିବ । ପ୍ରାୟ ୫୦୦ରୁ ହଜାରେ କିଲୋମିଟର ଦୂରତା ଯାଏଁ ଏହା ଲକ୍ଷ୍ୟଭେଦୀ ପାରିବ । ଆକାଶରେ ୯ ଘଣ୍ଟା ରହିବାର କ୍ଷମତା ରଖିଥିବା ହାର୍ପି ଡ୍ରୋନ୍ ୩୨ କିଲୋ ଅସ୍ତ୍ର ପରିବହନ କରିଥାଏ । ଏହି ଅସ୍ତ୍ର ପାକିସ୍ତାନର ବ୍ୟାପକ କ୍ଷତି କରିସାରିଛି ।