ଆସନ୍ତୁ ସଭିଏଁ ମିଶି ସ୍ୱଚ୍ଛ ଓ ସୁନ୍ଦର କାଳିଆପାଣି ଗଢିବା ଅଭିଯାନ
ାା ପ୍ରଭାନୁ୍ୟଜ ।ା କାଳିଆପାଣି: କାଳିଆପାଣି ଖଣି ଅଞ୍ଚଳରେ ବିଭିନ୍ନ କମ୍ପାନି ବ୍ୟବସାୟ ନିମନ୍ତେ ଆସି ପରିବେଶକୁ ନଷ୍ଟ କରି କ୍ରୋମାଇଟ ଖୋଳି ହଜାର ହଜାର କୋଟି ଟଙ୍କା ଲାଭ ପାଉଥିବା ବେଳେ ପରିବେଶ ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉନଥିବା ବେଳେ ଖଣି ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ନିମନ୍ତେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଶ୍ରୀ ସାଇ ସେବା ସଙ୍ଘ ଓ ଜୀବରାନାମ କାଳିଆପାଣିର ସ୍ୱେଚ୍ଛାସେବି ସଙ୍ଗଠନର ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଓଏମସି କଲୋନି ମାର୍କେଟ, ହାଟ ପଡିଆ, ଟାଟା ବଜାରରେ ଥିବା ସମସ୍ତ ଦୋକାନକୁ ଯାଇ ପ୍ଲାଷ୍ଟିକ ଜିନିଷ, ପଲିଥିନ ବ୍ୟବହାର ନକରିବା, ଦୋକାନ ଚତ୍ତୃରପାର୍ଶ୍ୱ ଓ ବଜାରକୁ ପରିଷ୍କାର ରଖିବା, ଡଷ୍ଟବିନ ବ୍ୟବହାର କରିବା ସହିତ ସମସ୍ତେ ଅତିକମରେ ଦୁଇଗୋଟି ବୃକ୍ଷ ରୋପଣ କରି ସ୍ୱଚ୍ଛ ଓ ସୁନ୍ଦର କାଳିଆପାଣି ଗଢିତୋଳିବା ବୋଲି ସଚେତନତା କରାଇଥିଲେ । କାଳିଆପାଣି ଥାନାଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଏଏସଆଇ ସନାତନ ବେହେରା ମଧ୍ୟ ପିଲା ମାନଙ୍କୁ ଉତ୍ସାହିତ କରିବା ପାଇ ସାଙ୍ଗରେ ବୁଲି ବୁଲି ସଚେତନତା କରୁଥିଲେ । ଅନୁ ତଣ୍ଡି, ଜେମା ମହାକୁଡ଼, ରାଧୀ ପିଙ୍ଗୁଆ, ଚୁମାରାଣୀ ସାମଲ, ସୁଧାଂଶୁ କୁମାର ସିଂହ, ମନୋଜ କୁମାର ସିଂହ, ଜୟପ୍ରସାଦ ସାହୁ, ଚନ୍ଦ୍ରମଣି ସାହୁ, ଜୟପ୍ରକାଶ ମହାନ୍ତି, ରାଜେଶ କୁମାର ମହାନ୍ତ, ସୁବ୍ରତ ବାରିକ, ଜୟପ୍ରକାଶ ସେଠିଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦେଇ ସଚେତନତା କରାଇଥିଲେ ।