ଅଲଗା ହୋଟେଲ୍ରେ ରହିଲେ ଗୌତମ ଗମ୍ଭୀରଙ୍କ PA : BCCIର କଡ଼ା ନିୟମ

ଅଷ୍ଟ୍ରେଲିଆ ସିରିଜ ପରେ ବିସିସିଆଇ ୧୦ କଡ଼ା ନିୟମ କରିଥିଲା । ଇଂଲଣ୍ଡ ସିରିଜ ବେଳେ ଏହି ନିୟମର ଅନୁପାଳନ କରିଛି ଟିମ୍ ଇଣ୍ଡିଆ । ବର୍ତ୍ତମାନ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତ ଦୁବାଇ ଗସ୍ତ କରିବାକୁ ଥିବା ବେଳେ ସେଠାରେ ମଧ୍ୟ ଏହି ନିୟମର ଅନୁପାଳନ କରାଯିବ । ଏହି ୧୦ ସୂତ୍ରୀୟ ନିର୍ଦ୍ଦେଶାବଳୀ ବିସିସିଆଇ ପାଇଁ କେତେ ଜରୁରୀ, ତାହାର ସବୁଠାରୁ ବଡ଼ ଉଦାହରଣ ଖେଳାଳିଙ୍କ ନିଜସ୍ୱ ଷ୍ଟାଫ୍ଙ୍କ ରହିବା ବ୍ୟବସ୍ଥାରୁ ଜାଣି ପାରିବେ । ଅଷ୍ଟ୍ରେଲିଆରେ ଗମ୍ଭୀରଙ୍କ ସହ ରହିଥିବାରୁ ବିସିସିଆଇ ଅଧିକାରୀଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ ଭାରତୀୟ ଦଳର ମୁଖ୍ୟ ଗୌତମ ଗମ୍ଭୀର । ଏବେ ତାଙ୍କୁ ଆଗାମୀ ଗସ୍ତ ବେଳେ ଖେଳାଳିମାନଙ୍କ ସହ ସମାନ ହୋଟେଲରେ ନ ରହିବାକୁ କୁହାଯାଇଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ମୁତାବକ ଇଂଲଣ୍ଡର ଘରୋଇ ସିରିଜ୍ ସମୟରେ ଜଣେ କୋଚିଂ ଷ୍ଟାଫ୍ଙ୍କ ବ୍ୟକ୍ତିଗତ ସହାୟକଙ୍କୁ ସବୁଠି ଦେଖାଯାଇଥିଲା । ହେଲେ କୋଚିଂ ଷ୍ଟାଫ୍ଙ୍କ ବ୍ୟକ୍ତିଗତ ସଚିବ ଯିଏକି ପୂର୍ବରୁ ନିୟମିତ ଭାବରେ ଟିମ୍ ହୋଟେଲରେ ରହୁଥିଲେ, ବର୍ତ୍ତମାନ ଅଲଗା ଏକ ହୋଟେଲ୍ରେ ରହୁଛନ୍ତି ।