ପ୍ରଧାନ ଶିକ୍ଷକଙ୍କ ନାମରେ ଆସିଥିବା ୩୦ ଲକ୍ଷ ହଡ଼ପ, କାରଣଦର୍ଶାଅ ନୋଟିସ୍ ଜାରି କଲେ ବିଡ଼ିଓ
।ା ପ୍ରଭାନୁ୍ୟଜ୍ ।ା ଦଶରଥପୁର: ୫-ଟି ସ୍କୁଲ ନାମରେ ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟକୁ ଆସିଥିବା ୩୦ ଲକ୍ଷ ଟଙ୍କା ସିଧାସଳଖ ହଡ଼ପ ପରେ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବ୍ଲକ୍ରେ ଚାଲିଥିବା ଅଡିଟ୍ ରିପୋର୍ଟରେ ଏହି ଘଟଣା ଧରାପଡ଼ିବା ପରେ ପ୍ରଧାନ ଶିକ୍ଷକଙ୍କ ନାମରେ ବିଡ଼ିଓ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଦଶରଥପୁର ବ୍ଲକ୍ର ନନ୍ଦିପୁର ହାଇସ୍କୁଲରେ ଘଟିଛି ଏଭଳି ଘଟଣା । ପୂର୍ବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ୫-ଟି ବିଦ୍ୟାଳୟ ରୂପାନ୍ତକରଣ କାର୍ଯ୍ୟରେ ନନ୍ଦିପୁର ହାଇସ୍କୁଲକୁ ସାମିଲ କରାଯାଇଥିଲା । ସେତେବେଳେ ୧କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଏହି ବିଦ୍ୟାଳୟରେ ନିର୍ମାଣ କରାଯିବା ପାଇଁ ବିଭାଗୀୟ କାର୍ଯ୍ୟାଦେଶ ଦିଆଯାଇଥିଲା । ସେତେବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ଡିପିସି କାର୍ଯ୍ୟାଳୟ ମାଧ୍ୟମରେ ବ୍ଲକ୍ର ୫ ଗୋଟି ବିଦ୍ୟାଳୟକୁ ପ୍ରଥମେ ପ୍ରଧାନଶିକ୍ଷକଙ୍କ ନାମରେ ୩୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରାଯାଇଥିଲା । ପରେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ପୁଣି ଏହି ଅର୍ଥକୁ ପ୍ରଧାନଶିକ୍ଷକମାନେ ବିଡ଼ିଓଙ୍କ ଆକାଉଣ୍ଟକୁ ଦେବା ନିମନ୍ତେ ଜିଲ୍ଲାପାଳ ଚିଠି ହାଇସ୍କୁଲକୁ ସାମିଲ କରାଯାଇଥିଲା । ସେତେବେଳେ ୧କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପ ଏହି ବିଦ୍ୟାଳୟରେ ନିର୍ମାଣ କରାଯିବା ପାଇଁ ବିଭାଗୀୟ କାର୍ଯ୍ୟାଦେଶ ଦିଆଯାଇଥିଲା । ସେତେବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ଡିପିସି କାର୍ଯ୍ୟାଳୟ ମାଧ୍ୟମରେ ବ୍ଲକ୍ର ୫ ଗୋଟି ବିଦ୍ୟାଳୟକୁ ପ୍ରଥମେ ପ୍ରଧାନଶିକ୍ଷକଙ୍କ ନାମରେ ୩୦ ଲକ୍ଷ ଟଙ୍କାର ଅର୍ଥ ପ୍ରଦାନ କରାଯାଇଥିଲା । ପରେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ପୁଣି ଏହି ଅର୍ଥକୁ ପ୍ରଧାନଶିକ୍ଷକମାନେ ବିଡ଼ିଓଙ୍କ ଆକାଉଣ୍ଟକୁ ଦେବା ନିମନ୍ତେ ଜିଲ୍ଲାପାଳ ଚିଠି କରିବା ପରେ ସେତେବେଳକାର ବିଡ଼ିଓ ଥିବା ଶ୍ୱେତା ସ୍ନିଗ ।ା ଉକ୍ତ ବିଦ୍ୟାଳୟଗୁଡ଼ିକୁ ଚିଠି କରି ତୁରନ୍ତ ସେହି ଅର୍ଥକୁ ବିଡ଼ିଓଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶ ପରେ ନନ୍ଦିପୁର ହାଇସ୍କୁଲ ପ୍ରଧାନଶିକ୍ଷକ ଉକ୍ତ ଟଙ୍କାକୁ ସେତେବେଳେ ବିଡ଼ିଓଙ୍କୁ ନ ଫେରାଇ ଏପର୍ଯ୍ୟନ୍ତ ଦୀର୍ଘ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଟଙ୍କାର କୌଣସି ହିସାବ ଦେଇନାହାନ୍ତି । ପରେ ଉକ୍ତ ଅର୍ଥକୁ ସେ ସିଧାସଳଖ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଜଣେ ସମ୍ପର୍କୀୟଙ୍କ ନାମରେ ଦେଇଥିବା ସଫେଇ ଦେଉଛନ୍ତି । କିନ୍ତୁ ବାସ୍ତବରେ ଏହି ଅର୍ଥର ହିସାବ ସେ ଏପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ନିକଟରେ ରଖିନଥିବାରୁ ବ୍ଲକ୍ରେ ଚାଲିଥିବା ଅଡିଟ୍ରେ ଉକ୍ତ ୩୦ ଲକ୍ଷ ଟଙ୍କାର ରିପୋର୍ଟ ଧରାପଡ଼ିବା ପରେ ବର୍ତ୍ତମାନର ବିଡ଼ିଓ ଆକାଶ ପଟ୍ଟନାୟକ ଉକ୍ତ ପ୍ରଧାନଶିକ୍ଷକ ଅଜୟ କୁମାର ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୭ ଦିନ ଭିତରେ ଉକ୍ତ ୩୦ ଲକ୍ଷ ଟଙ୍କା ବିଡ଼ିଓଙ୍କ ଆକାଉଣ୍ଟରେ ଜମା କରିବା ନିମନ୍ତେ ପ୍ରଧାନଶିକ୍ଷକଙ୍କୁ କୁହାଯାଇଥିବାବେଳେ ଯଦି ଏହି ଅର୍ଥ ଜମା ନକରନ୍ତି ତେବେ ଆଇନ ଅନୁଯାୟୀ ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ବିଦ୍ୟାଳୟରେ ହୋଇଥିବା ୫-ଟି କାର୍ଯ୍ୟକୁ ନେଇ ତଦନ୍ତ କରାଯିବା ପରେ ପୂର୍ବ ବିଡ଼ିଓଙ୍କ ସମୟରେ ପ୍ରାୟ ୧୨ ଲକ୍ଷ ଟଙ୍କାର ବିଲ୍ ହୋଇଥିବାବେଳେ ବର୍ତ୍ତମାନର ବିଡ଼ିଓଙ୍କ ସମୟରେ ୨୦ଲକ୍ଷ ଟଙ୍କାର ବିଲ୍ ସହ ଦେଢ଼ ଲକ୍ଷ ଟଙ୍କାର ଏନ୍ଆରଇଜିଏସ୍ କାର୍ଯ୍ୟ କରାଯାଇଥିବାର ମଷ୍ଟର ରୋଲ ବାହାର କରାଯାଇ ଶ୍ରମିକମାନଙ୍କୁ ପେମେଣ୍ଟ