ଜିଲ୍ଲାସ୍ତରୀୟ ଏକଦିବସୀୟ କାର୍ମଶାଳା 

ଜଗତସିଂହପୁର : ସରକାରଙ୍କ ଲକ୍ଷ୍ୟ ତଥା ଉଦେ୍ଦଶ୍ୟ ସରକାର ଓ ପ୍ରଶାସନ ଗ୍ରାମରେ ପହଞ୍ଚôବା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା । ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଲୋକଙ୍କ ହିତରେ ଲାଗିବା ସହ ଏହାର ସୁଫଳ ଯେପରି ସମସ୍ତେ ପାଇବେ ସେଥିପାଇଁ ସଚେତନତା ସୃଷ୍ଟି ବ୍ୟବସ୍ଥା କରାଯାଇଛି । ଏହି ଉଦେ୍ଦଶ୍ୟରେ ‘ପ୍ରଶାସନ ଗାଁଓ କି େଓøର' ବା ପ୍ରଶାସନ ଗ୍ରାମ ଅଭିମୁଖେ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ତଥା କ୍ଷତ୍ରିୟ ଅଧିକାରୀମାନେ ଉପସ୍ଥିତ ରହି ପ୍ରଶାସନିକ ବ୍ୟବସ୍ଥାରେ ଜନସାଧାରଣ ଉପକୃତ ହେବା, ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବା ନିମନ୍ତେ ପଦକ୍ଷେପ ଆଦି ସମ୍ପର୍କରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥଉକି, ଚଳିତ ମାସ ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ଅଧିକାରୀମାନେ ଜିଲ୍ଲାରେ ପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ସରକାରୀ ଯୋଜନା, ତାହାର ରୂପରେଖ, ହିତାଧିକାରୀ ଚୟନ, କାର୍ଯ୍ୟକାରିତା ଓ ତାହାର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ  ।