ପଲିଥିନମୁକ୍ତ ପୂଜା ପାଳନ ପାଇଁ ନିଦେ୍ର୍ଦଶ, ନିୟମ ଉଲ୍ଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ 

ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର : ସାଧାରଣତଃ ପାର୍ବଣ ଋତୁରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ବହୁ ମାତ୍ରାରେ ବ୍ୟବହାର ହୋଇଥାଏ । ଜନସାଧାରଣ ମାନେ ପୂଜା ସମୟରେ ପଲିଥିନ ବ୍ୟାଗ, କପ, ପ୍ଲେଟ, ଗ୍ଲାସ, ଥୋର୍ମକୁଲ ଇତ୍ୟାଦି ବହୁଳ ମାତ୍ରରେ ବ୍ୟବହାର କରିଥାନ୍ତି । ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ । ପୂଜାସ୍ଥଳରେ ମଧ୍ୟ ପୂଜା କମିଟି ମାନେ ନିଷିଦ୍ଧ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ପୂଜା ମଣ୍ଡପକୁ ସଜାଇବା,ପ୍ରସାଦ ଏବଂ ପାଣି ବଂଟନ କରିଥାନ୍ତି । ଫଳରେ ବହୁଳ ମାତ୍ରାରେ ଏହା ବ୍ୟବହାର ହୋଇଥାଏ । ଏସବୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପୂଜା କମିଟିକୁ ଅନୁମତି ଦେବା ପୂର୍ବରୁ କେତେକ ନିୟମ ପାଳନ କରିବା ପାଇଁ  ଜିଲ୍ଲାର ସମସ୍ତ ପୌରପାଳିକା ଏବଂ ଚମ୍ପୁଆ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିଦେ୍ର୍ଦଶ ଦେଇଛନ୍ତି । ପୂଜା କମିଟି ମାନେ ଅନୁମତି ନେବା ବେଳେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଏକ ଘୋଷଣାପତ୍ର ପ୍ରଦାନ କରିବେ । ଏହାର ତଦାରଖ ପୌରପାଳିକା ପକ୍ଷରୁ ନିୟମିତ କରାଯିବ । ପ୍ରଦୂଷଣ ମୁକ୍ତ ପୂଜା ପାଳନ କରିବା ନିମିତ୍ତ ଜନସାଧାରଣଙ୍କ ସଚେତନତା ପାଇଁ କମିଟି ସଦସ୍ୟମାନେ ପୂଜା ମଣ୍ଡପ ନିକଟରେ ସ୍ପଷ୍ଟ ଲେଖା ଝୁଲାଇବେ । ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପରିବର୍ତ୍ତେ ଜନସାଧାରଣଙ୍କ ବ୍ୟବହାର ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ପୂଜା କମିଟିମାନେ କରିବେ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅନୁସାରେ ପୂଜା ସ୍ଥଳରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପୂଜା କମିଟିମାନେ କରିବେ । ମୂର୍ତ୍ତୀ ନିର୍ମାଣ ସମୟରେ ପ୍ରାକୃତିକ ମୃତ୍ତିକା ସହିତ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମୂର୍ତ୍ତୀର ଉଚ୍ଚତା ୨୦ ଫୁଟ ଏବଂ ପୂଜା ମଣ୍ଡପର ଉଚ୍ଚତା ୪୦ ଫୁଟ ମଧ୍ୟରେ ରଖିବା ପାଇଁ କମିଟିମାନେ ପଦକ୍ଷେପ ନେବେ । ପୂଜା ପରେ ମତ୍ତର୍ତ୍ତୀଗୁଡିକୁ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ ଜଳାଶୟରେ ବିସର୍ଜନ କରିବେ । ଏସବୁ ନିୟମ ଉଲ୍ଲଙ୍ଘନ କଲେ ମୂର୍ତ୍ତୀ ନିର୍ମାତାଙ୍କ ରେଜିଷ୍ଟେସନ ଫି ଜବତ୍ ହେବା ସହ ୨ବର୍ଷ ପାଇଁ ମୂର୍ତ୍ତୀ ନିର୍ମାଣରୁ ବାସନ୍ଦ କରାଯିବ । ପୂଜା କମିଟି ନିୟମ ଉଲ୍ଲଘନ କଲେ ସେମାନଙ୍କ ଠାରୁ  ପୌର କର୍ତ୍ତୃପକ୍ଷ ଜୋରିମାନା ଆଦାୟ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ପୂଜା ସମାପ୍ତ ହେବାର ୧୫ ଦିନ ମଧ୍ୟରେ ପ୍ରଦୂଷଣମୁକ୍ତ ପୂଜାସ୍ଥଳ ପାଇଁ ନିଆଯାଇଥିବା ପଦକ୍ଷେପର ଫଟୋ ଆଂଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।