କୋଇଲିପୁର ପଞ୍ଚାୟତରେ "ଗାଁ କି ଔର "କାର୍ଯ୍ୟକ୍ରମ 

ରାଜକନିକା:  ରାଜକନିକା ବ୍ଲକ କୋଇଲିପୁର ଗ୍ରାମ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ "ଗାଁ କି ଔର " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କୁ ଘର ପାଖରେ ସରକାରଙ୍କ ଯୋଜନାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଗ୍ରାମୀଣ ଆବାସ ଯୋଜନା ପାଇଁ ୩୮୮, ରାସନ କାର୍ଡ ପାଇଁ ୨୫, ଜବ କାର୍ଡ ପାଇଁ ୧୮, ସୁଭଦ୍ରା ଯୋଜନା ପାଇଁ ୩, ବିଜୁଳି ମାମଲା ୨ଟି, କୃଷି ସମସ୍ୟା ପାଇଁ ଗୋଟିଏ, ମତ୍ସ୍ୟ ଚାଷ ପାଇଁ ଗୋଟିଏ, ରାସ୍ତା କାମ ପାଇଁ ୩ ଟି ଏଭଳି ୪୪୭ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମକୁ ତହସିଲଦାର ଅଶୋକ କୁମାର ଦେହୁରୀ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କୋଇଲିପୁର ସରପଞ୍ଚ ଅରୁଣ ରାଉତ, ପଞ୍ଚାୟତର ସମସ୍ତ ସଭ୍ୟ ସଭ୍ୟା ଓ ସ୍ଥାନୀୟ ଯୁବକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।