ଅସହାୟ ପରିବାରକୁ ସହାୟତା

 କେନ୍ଦ୍ରାପଡା :  କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ଯୁବ ସ୍ୱାଭିମାନ' ପକ୍ଷରୁ କଚେରୀପଡ଼ା ଗ୍ରାମର ମୃତ ମଙ୍ଗୁଳି ଚରଣ ନାୟକଙ୍କ ଅସହାୟ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଗତ ଶନିବାର ମଙ୍ଗୁଳି ଚରଣ ନାୟକ ଜାଳେଣି ସଂଗ୍ରହ ପାଇଁ ଗୋଟେ ଚାଖୁଣ୍ଡା ଗଛ ଉପରେ ଚଢିଥିଲା ବେଳେ ହଠାତ୍ ଖସିପଡ଼ି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଚିକିସôାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମଙ୍ଗୁଳି ମୃତୁ୍ୟବରଣ କରିଥିଲେ । ଅସହାୟ ସ୍ତ୍ରୀ ଏବେ ନିରୁପାୟ ଛୋଟ ଛୋଟ ପିଲାଙ୍କୁ ନେଇ କେମିତି ଜୀବନ ଜୀବିକା ନିର୍ବାହ କରିବେ ଭାବି ଭାବି ଆଖିରୁ ଲୁହ ଶୁଖୁନାହିଁ । ଖବର ପାଇ ଯୁବ ସ୍ୱାଭିମାନ ଗ୍ରୁପ୍ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇଂ ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ଦୁର୍ଗାପ୍ରସାଦ ସ୍ୱାଇଁ, ସୁରେନ୍ଦ୍ର ପୃଷ୍ଟି, ମନୋଜ ଓଝା, ମାନସ ପ୍ରଧାନ, ଦୀପକ ଦାସ, ସନ୍ଦୀପ ବେହେରା, ସୁଶାନ୍ତ ସାହାଣୀ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  ।