ବିଜେଡିରେ ଯୋଗ ଦେଲେ ଦିଲ୍ଲୀପ, ରାମଚନ୍ଦ୍ର, ଅଭିରାମ

ଭୁବନେଶ୍ୱର : ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଗୁରୁବାର ଶଙ୍ଖ ଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ଓ ଶତାଧିକ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଗୁରୁବାର ବିଜେପିକର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀଦାସ ଓ ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକି୍ରୟାରେ କହିଥିଲେ ଯେ, ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ଦ୍ଭ ୭ ପୃଷ୍ଠାରେ...