କୁଆଖିଆ ମେଳନ ଉଦ୍ୟାପିତ

କୁଆଖିଆ ମେଳନ ଉଦ୍ୟାପିତ


 କୁଆଖିଆ: ପ୍ରସିଦ୍ଧ ୪୬ ତମ କୁଆଖିଆ ମେଳନ ଉସôବ ଉଦଯାପିତ ହୋଇଯାଇଛି । ମଙ୍ଗଳବାର ରାତିରୁ ବସି ଥିବା ଏହି ଉସôବରେ ହରିପୁରର ବୃନ୍ଦାବନ ଜିଉ, ଗୋପାଳପୁର, ଚଅପୋଇ, ଶ୍ରୀବନ୍ତପୁର, ସଦାନନ୍ଦପୁର, ଏକତଳା, ମିର୍ଜାପୁର, ଖୋସାଲପୁର, ପ୍ରଥମଖଣ୍ଡ, ନରସିଂହପୁରର ଡିହସାହି ବୃନ୍ଦାବନ, ପ୍ରଭୃତି ଅପ୍ସଚଳରୁ ୩୪ଟି ଦୋଳ ବିମାନ ଆସି ହୋଲି ଖେଳିଥିଲେ । ସୁସଜ୍ଜିତ ବିମାନ ଗୁଡିକରେ ରାଧାକୃଷ୍ଣଙ୍କ ବେଶ ବେଶ୍ ଆକର୍ଷଣୀୟ ହୋଇଥିଲା । ଉସôବରେ ବିଭିନ୍ନ ପାରମ୍ପାରିକ ନୃତ୍ୟ, ସଙ୍ଗୀତ, ଘୋଡାନାଚ, ପରି ଅନେକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଜନସାଧାରଣଙ୍କୁ ବିମୁଗ୍ଧ କରିଥିଲା । ପ୍ରଥମେ ସାରଙ୍ଗପୁରର ଥାନପତି ଏହି ମେଳନ ଉସôବକୁ ପାରମ୍ପାରିକ ଭାବରେ ରାଧାକୃଷ୍ଣଙ୍କୁ ହୋଲି ଖେଳାଇ ଉସôବର ପାହାଡରେ ଉପବେଶନ କରାଇବା ପରେ ଅନ୍ୟ ବିମାନ ଗୁଡିକ ହୋଲି ଖେଳିଥିଲେ । ଉସôବ କୁଆଖିଆ ବଜାର ଆଂଚଳିକ ଶାନ୍ତି କମିଟି ଦ୍ୱାରା ପରିଚାଳିତ ହୋଇଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ଏବଂ ଦର୍ଶକ ମାନଙ୍କ ପାଇଁ ଥଣ୍ଡା ପାନୀୟ, ଦହି, ସର୍ବତ୍ର ଆୟୋଜନ କରାଯାଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଖୋଲିଥିବା ବିଭିନ୍ନ ବ୍ୟବସାୟ ବିପଣୀ ମାନଙ୍କରେ ଜନଗହଳି ଲାଗି ରହିଥିଲା । ଜନସାଧାରଣଙ୍କ ସୁରକ୍ଷା ପାଇଁ ଶାନ୍ତି କମିଟି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସତର୍କ ସୂଚନା ପ୍ରଦାନର ବ୍ୟବସ୍ଥା ହୋଇଥିଲା । ଏଥିସହିତ ଦର୍ଶକ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ପାଇଁ କୁଆଖିଆ ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିଲା । ସେହିପରି ରସୁଲପୁର ଅଗ୍ନିଶମ ବିଭାଗ ସଜାଗ ଥିବାବେଳେ ଆଶୁ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ମଧ୍ୟ ଖୋଲା ଯାଇଥିଲା । ଉସôବରେ ବିଭିନ୍ନ ବ୍ଲକ ଅଂଚଳରୁ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।