ବଢୁଛି ବନ୍ୟାଜଳ : ଜଟିଳ ହେଉଛି ପାନୀୟଜଳ ଓ ଗୋଖାଦ୍ୟ ସମସ୍ୟା
ରାଜନଗର : ବ୍ରାହ୍ମଣୀରେ ବଡଧରଣର ବନ୍ୟାଜଳ ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇଯାଇଛି । ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତର ଚକିବାଙ୍କ, ଫିରିକିଦାଣ୍ଡି, ଦକ୍ଷିଣଦାଣ୍ଡି, ଗୋବିନ୍ଦପୁର, ସନ୍ଥପଡା, ଟାଙ୍ଗଣତୈ÷ଳା, ବନ୍ଧପଡା, ଓସ୍ତିଆ ପଚାଂୟତର ନଗଡ, ନଳଦିଆ, କଟକଣା, ବନ୍ଧପାଟଣା, ଓସ୍ତିଆ, ବେଲପାଳ ପଚାଂୟତ, ରାଜପୁର ପଞ୍ଚାୟତର ରାଜପୁର, ବାଲିଚନ୍ଦ୍ରପୁର, ଚନ୍ଦନପୁର ପ୍ରଭୃତି ଗାଁଗୁଡିକ ଜଳବନ୍ଦୀ ହେବା ଫଳରେ ପାନୀୟଜଳ ଓ ଗୋ-ଖାଦ୍ୟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ନଳକୂପଗୁଡିକୁ ଯିବା ରାସ୍ତାରେ ବନ୍ୟାଜଳ ୪ଫୁଟରୁ ଉଦ୍ଧ୍ୱର୍ ପ୍ରବାହିତ ହେଉଛି । ଏହି ଅଞ୍ଚଳରେ ଥିବା ପାନୀୟଜଳ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାକି ହଜାର ହଜାର ଲୋକଙ୍କ ଚିନ୍ତା ବଢାଇ ଦେଇଛି । ସପ୍ତାହେରୁ ଉଦ୍ଧ୍ୱର୍ ହେବ ବନ୍ୟାଜଳ ବୁଡି ରହିବା ଫଳରେ ଗାଈ ଗୋରୁଗୁଡିକ ଗୁହାଳରୁ ବାହାରକୁ ବାହାରି ପାରୁନାହାନ୍ତି । ଘାସ ତ ଦୂରର କଥା, ପାଳଗଦାଗୁଡିକ ପାଣି ଘେର ମଧ୍ୟରେ ଥିବାରୁ ପଚି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସନ୍ଥପଡାର ନୀଳକଣ୍ଠେଶ୍ୱର ମନ୍ଦିର ଓ ଯଜ୍ଞ ମଣ୍ଡପ ପାଣି ଘେର ମଧ୍ୟରେ ରହିଛି । ସରକାରଙ୍କ ପକ୍ଷରୁ ଡଙ୍ଗା ବ୍ୟବସ୍ଥା ହୋଇନଥିବାରୁ ବନ୍ୟାଜଳ ହୁ ହୁ ହୋଇ ମାଡୁଥିବାରୁ କୁମ୍ଭୀର ଓ ସାପ ଭୟ ବୃଦ୍ଧି ପାଇଛି । ରାସ୍ତାରେ ବନ୍ୟାପାଣି ଚାଲୁଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ବନ୍ୟାଞ୍ଚଳବାସୀଙ୍କ ନିକଟରେ ପହଞ୍ଚି ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି ।