ହାଇସ୍କୁଲର ଉନ୍ନତି ପାଇଁ ପୁରାତନ ଛାତ୍ରଙ୍କ ପ୍ରୟାସ
କେନ୍ଦ୍ରାପଡ଼ା : ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲର ୧୯୭୨ ମସିହା ବ୍ୟାଚ୍ର ପୁରାତନ ଛାତ୍ରମାନେ ସ୍କୁଲର ଉନ୍ନତି ଓ ବିଭିନ୍ନ ସମସ୍ୟା ସମାଧାନ ପାଇଁ ସମବେତ ହୋଇଥିବା ଜଣାପଡିଛି । ପୁରାତନ ଛାତ୍ର ଚିତ ରଞ୍ଜନ ଭଗତଙ୍କ ନେତୃତ୍ୱରେ ସଭାପତି ଡ. ଅମୀୟ ମହାନ୍ତିଙ୍କ ସମେତ ବହୁ ଛାତ୍ର ସ୍କୁଲ ପରିସରରେ ଏକ ବନ୍ଧୁ ମିଳନ କରିବା ସହ ସ୍କୁଲର ପୁରାତନ ଐତିହ୍ୟ ଫେରାଇ ଆଣିବା ପାଇଁ ଭାବ ବିନିମୟ କରିଥିଲେ । ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ପୁରଣ, ଶିକ୍ଷାଦାନର ଗୁଣାତ୍ମକ ବିକାଶ ପାଇଁ ତଦାରଖ କମିଟି ଗଠନ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ଆଲୋଚନା କରାଯାଇଥିଲା ।