ବିଜେଡ଼ିର ମହିଳା ସମାବେଶ
ଯାଜପୁର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ଗଡ ପଞ୍ଚାୟତରେ ଅନୁଷ୍ଠିତ ମହିଳା ସମାବେଶରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସହ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବା ସହ ବିଶେଷକରି ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଥିବା କହିଥିଲେ । କାର୍ଯ୍ୟକ୍ରମରେ ମହିଳା ସଭାନେତ୍ରୀ ତଥା ବ୍ଲକ ଉପାଧକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ସରପଞ୍ଚ ସ୍ୱାଧିନ ଦାସ, ପଞ୍ଚାୟତ ସଭାନେତ୍ରୀ ପ୍ରତିଭା ଚକ୍ର, ମଂଜୁର ଅଲ୍ଲୀ ସମେତ ଶତାଧିକ ମହିଳା ପ୍ରମୁଖ ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
