ଥମିନି ଝାଡ଼ାବାନ୍ତି : ଏବେବି ଶତାଧିକ ଚିକିସôିତ; ସ୍ଥିତି ଅନୁଧ୍ୟାନ କଲେ ଆରଡ଼ିସି

 ଯାଜପୁର : ଝାଡ଼ାବାନ୍ତର ପ୍ରକୋପ କମିଯାଇଥିଲେ ହେଁ ଏବେବି ଥମିନାହିଁ । ଏବେବି ବିଭିନ୍ନ ମେଡ଼ିକାଲରେ ୩ଶହ ପାଖାପାଖି ରୋଗୀ ଚିକିସôିତ ହେଉଛନ୍ତି । ଗଲାକାଲି ଝାଡ଼ାବାନ୍ତିରେ ୩ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଜି କୋରେଇ ମେଡ଼ିକାଲରେ ଚିକିସôିତ ହେଉଥିବା ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି ବୋଲି କୁହାଯାଉଛି ।  ବିଭିନ୍ନ ମେଡ଼ିକାଲରୁ ସୁସ୍ଥ ହୋଇ ଅନେକ ଫେରିଥିବା ବେଳେ ଆଜି ସକାଳୁ ଶତାଧିକ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ସ୍ଥିତି ଏବଂ ଝାଡ଼ାବାନ୍ତିର କାରଣ ଖୋଜିବାକୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭି.ପରମେଶ୍ୱରନ୍ ଯାଜପୁର ଜିଲା ଗସ୍ତରେ ଆସି ପହଁଚିଥିଲେ । ଡାଇରିଆ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସହିତ କେଉଁ କାରଣରୁ ବ୍ୟାପିଛି ତାହାର ଅନୁଧ୍ୟାନ କରିଥିଲେ । ପ୍ରଥମେ ଆରଡ଼ିସି ଧର୍ମଶାଳା ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଯାଜପୁର ରୋଡ଼ ଏବଂ ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଡାଇରିଆ ରୋଗୀଙ୍କୁ ଯୋଗାଇ ଦିଆ ଯାଇଥିବା ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ସହ ରୋଗୀଙ୍କ ସହ କଥା ହୋଇଥିଲେ । ଆରଡ଼ିସି ପବ୍ଲିକ ହେଲଥ୍, ନିଦେ୍ର୍ଦଶକ ଡା ନୀଳକଣ୍ଠ ମିଶ୍ର, ସ୍ୱତନ୍ତ୍ର ସଚିବ ଫୁଡ୍ ସେଫ୍ଟି ଶକ୍ତି ମିଶ୍ର, ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ପ୍ରକାଶ ଚନ୍ଦ୍ର ବଳଙ୍କ ଠାରୁ ଏସଂପର୍କରେ ପଚାରି ବୁଝିବା ସହ ଚିକିତ୍ସାଧିନ ଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଗତ କାଲି ଠାରୁ ଜିଲାର କୋରେଇ, ଦାନଗଦୀ, ଯାଜପୁର ରୋଡ଼, ଧର୍ମଶାଳା, ରସୁଲପୁର, ଯାଜପୁର ଅଞ୍ଚଳରେ ଝାଡାବାନ୍ତି ରୋଗରେ ପୀଡିତ ହୋଇ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଚିକିତ୍ସାଳୟ ମାନଙ୍କରେ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜିଲାରେ୨୫୬ ଜଣ ରୋଗୀ ଚିକିତ୍ସିତ ରହିଥିବା ଜିଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ପ୍ରଶାସନ ସୂତ୍ର ମତେ ମୁଖ୍ୟ ଚିକିତ୍ସାଳୟରେ ୧୧୧ଜଣ, ଯାଜପୁର ରୋଡରେ ୪୧ଜଣ, ଧର୍ମଶାଳାରେ ୨୯ଜଣ, ଦାନଗଦୀରେ୧୭ଜଣ, କୋରେଇରେ୧୬ଜଣ ଏବଂ ରସୁଲପୁରେ  ଚିକିତ୍ସିତ ହେଉଛନ୍ତି । ଡାଇରିଆ ବ୍ୟାପିବାର କାରଣ ମଧ୍ୟରୁ ରବିବାରରେ ବିଭିନ୍ନ ଅଞ୍ଚଳରେ ଭୋଜିଖାଇ, ପାଣି ପିଇ ଅଧିକାଂଶ ଅସୁସ୍ଥ ହୋଇଥିବା ରୋଗୀମାନେ ପ୍ରକାଶ କରିଥଲେ । ଦୂଷିତ ଜଳ ପିଇବା ମଧ୍ୟ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି । ସେହି ସବୁ ଅଞ୍ଚଳରୁ ଜଳ, ବଳକା ଖାଦ୍ୟ, ରୋଗୀଙ୍କର ମଳ ଇତ୍ୟାଦି ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ନିମନ୍ତେ ପଠାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରକୃତ ଜଣାପଡ଼ିବ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଜିଲାର ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ ମାନଙ୍କୁ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି । ବିଡିଓ, ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କୁ ସଂପୃକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ରୋଗୀ ସେବା ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଡକବାଜି ଯନ୍ତ୍ର ଓ ଆଶା, ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଜଳ ଫୁଟାଇ ପିଇବା, ଜଳରେ ହଲୋଜିନ ବଟିକା ବ୍ୟବହାର କରିବା, ଅସ୍ୱାସ୍ଥ୍ୟକର ଠେଲା ଗାଡ଼ି ଓ ଷ୍ଟ୍ରିଟ୍ ଫୁଡ୍ ନ ଖାଇବା ପାଇଁ, ଘରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ମ୍ୟୁନିସିପାଲଟି, ପାଣିକୋଇଲି ଓ କୁଆଖିଆ, ଜାରକା ଓ ଚଣ୍ଡିଖୋଲ ଛକ ମାନଙ୍କରେ ଥିବା ଦୋକାନରେ ଖାଦ୍ୟର ମାନଯାଞ୍ଚ କରିବାକୁ ଫୁଡ୍ ସେପ୍ଟି ଅଫିସର ଦାୟିତ୍ୱରେ ଅଛନ୍ତି । ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଚିକିତ୍ସାଳୟମାନଙ୍କୁ ଯଥେଷ୍ଟ ପରିମାଣର ଔଷଧ, ସାଲାଇନ, ଇଞ୍ଜେକସନ ଆଦି ସହ ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଗୁରୁତର ରୋଗୀମାନଙ୍କୁ କଟକ ବଡ଼ ମଡ଼ିକାଲରେ ଚିକିତ୍ସା କରାଯାଉଛି ।