ପରିବହନ କମିଶନଙ୍କ ହସ୍ତକ୍ଷେପ ପରେ ହେଲା ସମାଧାନ: କାର୍ଯ୍ୟକାରୀ ହେବ ଫାଷ୍ଟ କମ୍ ଫାଷ୍ଟ ଲୋଡ
ବ୍ୟାସନଗର: ପରିବହନ କମିଶନଙ୍କ ହସ୍ତକ୍ଷେପ ପରେ କାଳିଆପାଣି ଖଣି ଅଂଚଳରୁ କ୍ରୋମ ପରିବହନକୁ ନେଇ କିଛିଦିନ ହେଲା ଲାଗିରହିଥିବା କେଁ କଟରର ସମାଧାନ ହୋଇପାରିଛି । ଖଣି ଅଂଚଳରେ ସ୍ପେଶାଲ ନୁହେଁ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶ ଫାଷ୍ଟ କମ ଫାଷ୍ଟ ଲୋଡ଼ ନିୟମ କାର୍ଯ୍ୟକାରୀ ହେବ । ଫାଷ୍ଟ କମ ଫାଷ୍ଟ ଲୋଡ଼ ଦାବିରେ ଚଳିତ ମାସ ୯ତାରିଖରୁ ଯାଜପୁର ରୋଡ଼, ବ୍ରାହ୍ମଣୀବ୍ରିଜ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ଆନେ୍ଦାଳନ କରାଯିବା ପୂର୍ବକ ନୂଆଗଡ଼, କବାଟବନ୍ଧ ଏବଂ ଚଣ୍ଡିଖୋଲରେ ମାଲିକ ମାନେ କ୍ରୋମ ବୋଝେଇଟ୍ରକ ଅଟକାଉଥିଲେ । ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ବାରମ୍ବାର ଉଦ୍ୟମ ହୋଇଥିଲେ ହେଁ ତାହା ଫେଲ ମାରିଥିଲା । କିନ୍ତୁ ଆଜି ପରିବହନ କମିଶନଙ୍କ ହସ୍ତକ୍ଷେପ ପରେ ଖଣି ଅଂଚଳରୁ କ୍ରୋମ ପରିବହନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ସମାଧାନ ହୋଇଛି । ରାଜ୍ୟ ଆଂଚଳିକ ପରିବହନ କାର୍ଯ୍ୟାଳୟ-୧ରେ ଯାଜପୁର ରୋଡ଼, ବ୍ରାହ୍ମଣୀବ୍ରିଜ, ଚଣ୍ଡିଖୋଲ ଏବଂ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘର କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା । ସମାଧାନ ବୈଠକରେ ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁର, ଏଡ଼ିଏମ (ସାଧାରଣ) ନବକୃଷ୍ଣ ଜେନା, ଅତିରିକ୍ତ ଏସପି ସୁପ୍ରସନ୍ନ ମଲିକ, କାଳିଆପାଣି ଥାନା ଅଧିକାରୀ ଶିବ ଚରଣ ବେହେରା, ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାର, ଯାଜପୁର ଆରଟିଓ ନିଳକଣ୍ଠ ପ୍ରଧାନ, ସୁକିନ୍ଦା ତହସିସଲଦାର ଏବଂରାଜ୍ୟ ଟ୍ରକ ମାଲିକ ସଂଘର ସଂପାଦକ ରବିନାରାୟଣ ଶତପଥି ପ୍ରମୂଖ ଉପସ୍ଥିତ ରହି ଖଣି ଅଂଚଳରୁ କ୍ରୋମ ପରିବହନ ବାବଦରେ ଆଲୋଚନା କରିଥିଲେ । ଆଠ ଦିନ ଧରି ଧାରଣାରେ ବସିଥିବା ଟ୍ରକ ମାଲିକ ଖଣି ଅଂଳଚରୁ କ୍ରୋମ ପରିବହନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଜାରୀ ଫାଷ୍ଟ କମ ଫାଷ୍ଟ ଲୋଡ଼ ବଦଳରେ ସ୍ପେଶାଲ ବୋଝେଇକୁ ପ୍ରଧାନ୍ୟତା ଦିଆଯାଉଥିବାରୁ ମାଲିକ ମାନଙ୍କ ଜୀବୀକା ସଂକଟରେ ପଡ଼ିଥିବା କଥା ଦର୍ଶାଇଥିଲେ । ବୈଠକରେ ଉପସ୍ଥିତ ପରିବହନ କମିଶନ ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶ ମତେ କ୍ରୋମ ପରିବହନକୁ କଡ଼ାକଡ଼ି କରିବାକୁ ଉପସ୍ଥିତ ପ୍ରଶାସନୀକ ଅଧିକାରୀ ନିଦେ୍ର୍ଦଶ ଦେବା ସହ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ କାର୍ଯ୍ୟକର୍ତାଙ୍କୁ ହାଇକୋଟଙ୍କ ନିଦେ୍ର୍ଦଶକୁ ସମ୍ମାନ ଦେବାକୁ କହିଥିଲେ । କମିଶନଙ୍କ ଆଦେଶକୁ ପ୍ରଶାସନ କାର୍ଯ୍ୟକାରୀ କରିବା ସହ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ମାନିବାକୁ ସମତି ପ୍ରକାଶ କରିଥିଲେ । ଫଳରେ ଆଲୋଚନା ସଫଳ ହୋଇଥିଲା ଏବଂ ଯାଜପୁର ରୋଡ଼, ବ୍ରାହ୍ମଣୀବ୍ରିଜ୍ ଏବଂ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ଚାଲିଥିବା ଆନେ୍ଦାଳନକୁ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରିଥିଲେ । ତେବେ ବୈଠକରେ ସୁକିନ୍ଦା ମିନେରାଲ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଭାବିତ ଅଂଚଳ ହିସାବରେ ବୋଝେଇ କ୍ଷେତ୍ରରେ କିଛି ପ୍ରତିଶତ ସୁଯୋଗ ଦେବାକୁ ରଖାଯାଇଥିବା ପ୍ରସ୍ତାବ ଉପରେ କମିଶନ ଏହା କୋର୍ଟଙ୍କ ନିଦେ୍ର୍ଦଶ ବାହାରେ ଏଣୁ ତାହା ସମସ୍ତ ଟ୍ରକ ମାଲିକ ସଂଘ ବୈଠକ କରି ନିଷ୍ପତି ନେବାକୁ ପରାମର୍ଶ ଦେଇଥିଲେ । ପରିବହନ କମିଶନଙ୍କ ନିଦେ୍ର୍ଦଶ କ୍ରମେ ଆରଟିଓ ଚଣ୍ଡିଖୋଲଙ୍କ ଯୋଗାଯୋଗରେ ଟ୍ରକ ମାଲିକ ସଂଘର କର୍ମକର୍ତା ବୈଠକରେ ସାମିଲ ହୋଇଥିଲେ ।