ନବୀନ ବାବୁ ବୁଝାଇଲେ, ମମତା ଦିଦି ବୁଝିଯିବେ !

ନବୀନ ବାବୁ ବୁଝାଇଲେ, ମମତା ଦିଦି ବୁଝିଯିବେ !

ମମତା ଦିଦି  ଦୀଘାରେ ଜଗନ୍ନାଥ ମନ୍ଦିର ତିଆରି କରି ଏହି ମନ୍ଦିରର ଅଞ୍ଚଳକୁ ଜଗନ୍ନାଥଧାମ ବୋଲି ଘୋଷଣା କଲେ  । ହେଲେ ଏତେ ସବୁ ପରେ ବି ନବୀନ ବାବୁ କାହିଁକି ଚୁପ୍ ବସିଛନ୍ତି ? ଯେତେବେଳେ ମମତା ବାନାର୍ଜୀ ସନାତନ ଧର୍ମ ଉପରେ ବାଣ ମାରିପାରୁଛନ୍ତି, ସେତେବେଳେ ନବୀନ ବାବୁ  ଚୁପ୍ କେମିତ ? ପୁରୀରେ ଜଗନ୍ନାଥ ଧାମ ଥାଉ ଥାଉ, ଦୀଘାରେ ଆଉ ଗୋଟିଏ ଜଗନ୍ନାଥ ଧାମ କେମିତି ତିଆରି ହେବ? ଏମିତି କିଛି କଥା କହି ବିଜେପି ସାଂସଦ ପ୍ରଦୀପ ପୁରୋହିତ ଜଗନ୍ନାଥଧାମ ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ୍ କରି କରିଛନ୍ତି  । ଏହା ମଧ୍ୟ କହିଛନ୍ତି ଯେ ନବୀନ ବାବୁ ବଡ ଭାଇ ହୋଇ ଭଉଣୀକୁ ବୁଝାଇବା କଣ ସଠିକ୍ ହୁଅନ୍ତାନି? 

ପ୍ରଦୀପ ପୁରୋହିତ କହିଛନ୍ତି, ନବୀନ ବାବୁ ହସ୍ତକ୍ଷେପ କଲେ, ମମତା ବାନାର୍ଜୀ ବୁଝିଯାଆନ୍ତେ  । ମୋତେ ଲାଗୁଛି ନବୀନ ବାବୁଙ୍କ ପରାମର୍ଶରେ ବୋଧେ ମମତା ବାନାର୍ଜୀ ଜଗନ୍ନାଥ ଧାମ କରିଛନ୍ତି  । ଆଉ ଯଦି ନବୀନ ଏନେଇ ପରାମର୍ଶ ଦେଇନାହାଁନ୍ତି ତେବେ ନିଜ ଭଉଣୀଙ୍କୁ ସେ ଚିଠି ଲେଖନ୍ତୁ ନହେଲେ ଟେଲିଫୋନ୍ କରି ବୁଝାନ୍ତୁ ବୋଲି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି  ।

ପୂର୍ବରୁ ଅନେକ ପ୍ରସଙ୍ଗରେ ମମତା ଦିଦି  ନବୀନଙ୍କ କଥା ମାନି ଆସିଛନ୍ତି  । ସେ ଆଳୁ ପ୍ରସଙ୍ଗ ହେଉ କି ଅନ୍ୟ କିଛି ।  ସବୁବେଳେ ନବୀନ ଆଉ ମମତାଙ୍କ ଭଲ ବୁଝାମଣା ନେଇ ଚର୍ଚ୍ଚା ବି ହେଇଥାଏ  । ହେଲେ ଦୁଇ ରାଜ୍ୟକୁ ନେଇ ଯେତେବେଳେ ଏତେ ବଡ଼ ପ୍ରସଙ୍ଗ ମୁଣ୍ଡ ଟେକିଛି ତାହା ବି ଜଗନ୍ନାଥଙ୍କ କଥା ସାମ୍ନାକୁ ଆସିଛି ସେତେବେଳେ ବିରୋଧୀ ଦଳ ନେତା ଭାବେ ନବୀନ ବାବୁ ଚୁପ୍ ରହିବା ବିଜେପି ସାଂସଦଙ୍କୁ ପ୍ରଶ୍ନ କରିବାର ସୁଯୋଗ ଆଣି ଦେଇଛି  । ତେବେ ଏତେ ସବୁ ଭିତରେ, ମମତା ବାନାର୍ଜୀ କେମିତି ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ କହିଲେ? ଆଉ କେମିତି ପୁରୀରେ ଜଗନ୍ନାଥଧାମ ଥାଉ ଥାଉ ଦୀଘାର ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥଧାମ ବୋଲି କୁହାଗଲା?ଏହାକୁୁ ନେଇ ଏବେ ରାଜନୀତି ସରଗରମ ହେଲାଣି ।