ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଣବଙ୍କ ଟାର୍ଗେଟ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଣବଙ୍କ ଟାର୍ଗେଟ

ଭୁବନେଶ୍ବର : ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ନେଇ ବକ୍ତବ୍ୟ ଦେଉଛନ୍ତି। ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି  ଭୁବନେଶ୍ୱର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସ ମିଟରୁ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ମନ୍ଦିର ବିକାଶ ନେଇ ତାଙ୍କ ମନରେ ଇର୍ଷା, ରାଗ, କ୍ରୋଧ, ହିଂସା ଭରି ରହିଛି। ଭକ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବିକାଶ କାମକୁ ସେ ସହି ପାରୁ ନାହାନ୍ତି ବିରୋଧୀ। ଯାହାକୁ ନେଇ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ।

ଟ୍ୱିଟ୍ କରି ପ୍ରଣବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି। ଧର୍ମେନ୍ଦ୍ର ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ। ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ। ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍, ଲଜକୁ ଠିଆ କରିବେ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର୍ୟ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ରାଜ୍ୟ ସରକାର କରିଥିବା ସମଲେଇ ପ୍ରକଳ୍ପ ମଧ୍ୟ ଧର୍ମେନ୍ଦ୍ରଙ୍କ ଦେହରେ ଯାଉନି। ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର୍ୟ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି। ତାହେଲେ ମା’ ସମଲେଇଙ୍କ ମନ୍ଦିର ସୌନ୍ଦର୍ୟ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି? ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର୍ୟ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ। ଯଦି ସତସାହାସ ଅଛି ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର୍ୟ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ। ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ସେ କେବେ ଭୁଲି ପାରିବେ ନାହିଁ ବୋଲି ପ୍ରଣବ ପ୍ରକାଶ ଦାସ ଟ୍ବିଟରେ ଲେଖିଛନ୍ତି।