ବିଜେପିର ଜୋରଦାର ପ୍ରଚାର
 
                                କେନ୍ଦୁଝର, : ନାମାଙ୍କନ ପତ୍ର ଦାଖଲ ପରେ କେନ୍ଦୁଝରରେ ବେଶ୍ ଜମିଲାଣି ନିର୍ବାଚନ ପ୍ର·ର । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଏବେ ଗାଁକୁ ଗାଁ ତଥା ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ତାଙ୍କ ସହିତ ବିଜେପିର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ମଧ୍ୟ ନିର୍ବାଚନ ପ୍ର·ରରେ ଯୋଗ ଦେଇଛନ୍ତି । ଉଭୟ ୩୫ ନମ୍ବର ଜିଲ୍ଲା ପରିଷଦ ଜୋନର ଶାଶଙ୍ଗ, ହାଟଡିହି, ମରେଇଗାଁ, ପନ୍ଦାଡ଼ୋ, ସଢ଼ା, ଢ଼େଙ୍କା ଓ ଅପରାହ୍ନରେ ତରତରା, କାଠକଟା, ଓ କଣ୍ଟିପାଳ ଆଦି ଅଞ୍ଚଳରେ ଏକ ବିଶାଳ ବାଇକ୍ ରାଲି କରି ଭୋଟର୍ ଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି । ଏଥର ଜନସାଧାରଣ ବିଜେଡ଼ିର କୁଶାସନ ବିରୋଧରେ ସ୍ତଃ ପ୍ରବୃତ୍ତଭାବେ ବିଜେପିକୁ ଭୋଟ୍ ଦେବେ ବୋଲି କହିଛନ୍ତି ଉଭୟ ନେତା । ଦୁର୍ନୀତି ଭ୍ରଷ୍ଟା·ର ବିରୁଦ୍ଧରେ ଲଢ଼ୁଥିବା ବିଜେପିକୁ ଏ ନିର୍ବାଚନରେ ବିଜୟୀ କରାଇବା ପାଇଁ ନିବେଦନ କରିବା ସହ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ କୃଷକ ମୋ·ର୍ ସଭାପତି ମହେଶ୍ୱର ସାହୁ, ବିଧାନସଭା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଶଶିକାନ୍ତ ରାଉତ, ହରମୋହନ ଶାସିନ, ଟୁକୁନା ମହାନ୍ତ, ତପନ ପାତ୍ର, ବଳଭଦ୍ର ବାରିକ, ଯୁଧିଷ୍ଠିର ମଲ୍ଲିକ, ଶାନ୍ତନୁ ଖୁଣ୍ଟିଆ, ଦେବାଶିଷ ସେନାପତି, ଦୀପ୍ତିମୟୀ ଖୁଣ୍ଟିଆ, ମିନତୀ ମହାପାତ୍ର, ଅଭିମନ୍ୟୁ ପରିଡ଼ା, ଅବିନାଶ ଜେନା, ଧନେଶ୍ୱର ରାଉତ, ହରେକୃଷ୍ଣ ସ୍ୱାଇଁ, ଅଶୋକ ଜେନା, ରୁଦ୍ରପ୍ରସାଦ ଜେନା, କୃଷ୍ଣଚନ୍ଦ୍ର ରାଉତ, ଭାଗିରଥି ବରାଳ, ଅଜୟ ଜେନା, ସୁରେନ୍ଦ୍ର ସାହୁ, କାଳନ୍ଦୀ ବେହେରା, ଭରତ ମିଶ୍ର, ବେଣୁଧର ଯେନା, ଦୀନବନ୍ଧୁ ଯେନା, ଗୋପାଳକୃଷ୍ଣ ସେନାପତି, ଦୀପକ ରାଉତଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
