ଅବକାରୀ ଚଢାଉ ବିପୁଳ ପରିମାଣର ଦେଶୀମଦ ଜବତ, ଦୁଇ ଗିରଫ

ଅବକାରୀ ଚଢାଉ ବିପୁଳ ପରିମାଣର ଦେଶୀମଦ ଜବତ, ଦୁଇ ଗିରଫ

ନୀଳଗିରି : ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ୱର ଅବକାରୀ ଅଧିକ୍ଷକ ସୁଶାନ୍ତ ପାଢ଼ୀଙ୍କ ନିଦେ୍ର୍ଦଶରେ ନୀଳଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ କରାଯାଇଥିଲା । ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡ, ଆରଟିଓ ବାଲେଶ୍ୱର, ସେଟେଲାଇଟ୍ ୟୁନିଟ ଜଳେଶ୍ୱର, ନୀଳଗିରି ଅବକାରୀ ବିଭାଗ ଓ ନୀଳଗିରି ପୁଲିସର ମିଳିତ ଚଢ଼ାଉରେ ଏପରି ବଡଧରଣର ସଫଳତା ମିଳିଛି । ବୁଧବାର ପ୍ରତ୍ୟୁଷରୁ ଏହି ମିଳିତ ଚଢ଼ାଉ କରାଯାଇଥିଲା । ଭ୍ରାମ୍ୟମାଣ ସ୍କ୍ୱାର୍ଡ ପୋଡ଼ାଶୂଳ ଛକ ନିକଟରୁ ଗୋଟିଏ ·ରିଚକିଆ ପିକଅପ୍, ୧୧୦୦ଲିଟର ଦେଶୀ ମଦ ସହ ପୋଡ଼ାଶୂଳ ଅଞ୍ଚଳର ବଳରାମ ବିଶ୍ୱାଳ ନାମକ ଆସାମୀକୁ ଗିରଫ କରିଛି । ସେହିଭଳି ନୀଳଗିରି ଅବକାରୀ ବିଭାଗ ସିଆଡିମାଳ ଛକ ନିକଟରୁ ଗୋଟିଏ ଟାଟା ଇଣ୍ଡିଗୋ କାର, ୫୫୦ଲିଟର ଦେଶୀମଦ ଜବଦ କରିଥିବା ବେଳେ ଆସାମୀ ଫେରାର ହେବାରେ ସଫଳ ହୋଇଛି । ଅନୁରୂପ ଭାବେ ଖନ୍ତାପଡ଼ା ଥାନା ଛତ୍ରପୁର ଅଞ୍ଚଳରୁ ୫୫୦ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ଆସାମୀ ତୁଷାରକାନ୍ତ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ଉଭୟ ଆସାମୀକୁ ଗିରଫ କରି କୋର୍ଟ ·ଲାଣ କରାଯାଇଛି । ତେବେ ବିଶେଷ ସୂତ୍ରରୁ ଖବରପାଇ ପୋଡ଼ାଶୂଳ ଅଞ୍ଚଳରେ ଚଢାଉ କରି ବିଭିନ୍ନ ମଦ ତିଆରି  ସାମଗ୍ରୀ ଜବତ କରାଯାଇଥିବା ବେଳେ  ମୁଖ୍ୟ ଆସାମୀ ଖସିଯିବାରେ ସମର୍ଥ ହୋଇଛି । ଏହି ଚଢ଼ାଉରେ ଅବକାରୀ ଉପ ଅଧିକ୍ଷକ ସି ଏଚ୍ ତିରୁପତି, ଅବକାରୀ ନିରୀକ୍ଷକ ସଂଜିତ ବାର୍ଲ୍ଲା, ନୀଳଗିରି ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଏସଆଇ ଭକ୍ତ ଚରଣ ସ୍ୱାଇଁ, ନୀଳଗିରି ଅବକାରୀ ଓଆଇସି ଜଗବନ୍ଧୁ ବେହେରା, ମଙ୍ଗଲ ସିଂ, ଜୟମାଧବ ଦାସପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।