ବିଜେପିରୁ ଇସ୍ତଫା ଦେଲେ ଭାଗିରଥୀ

ବିଜେପିରୁ ଇସ୍ତଫା ଦେଲେ ଭାଗିରଥୀ


 ଆଠମଲ୍ଲିକ: ବିଜେପି ରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗିରଥୀ ପ୍ରଧାନ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତିଙ୍କୁ ପ୍ରଦାନ କରିଛନ୍ତି । ୨୦୨୦ ମସିହାରୁ ତାଙ୍କୁ ଦଳ ଅବହେଳା କରିଛି ବୋଲି ଅସନ୍ତୋଷ ବ୍ୟକ୍ତ କରି ସେ ଦଳ ଛାଡ଼ୁଛନ୍ତି ବୋଲି ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ସେ ୩ଥର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ । ଏଥିସହିତ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚର ସଭାପତି, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦଳୀୟ ପଦପଦବୀରେ ରହି କାର୍ଯ୍ୟ କରି ଆସିଥିଲେ । ସେ ମଧ୍ୟ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ୩୧ବର୍ଷ ଧରି ଦଳରେ ସାମିଲ ଥିଲେ । ସେ ଆଗାମୀ ଦିନରେ କେଉଁ ନିଷ୍ପତ୍ତି ନେବେ ତାହା ଜଣାପଡି ନାହିଁ । ଦଳରୁ ସେ ଇସ୍ତଫା ଦେବା  ପରେ ଚଳିତ ସାଧାରଣ ର୍ନିବାଚନରେ ଦଳ ପାଇଁ କେତ କ୍ଷତି ପହଞ୍ଚôବ ତାହା ଦେଖିବାକୁ ବାକି ରହିଛି ।