ମଦ ଜବତ, ଜଣେ ଅଟକ

ମଦ ଜବତ, ଜଣେ ଅଟକ


ଶିଳ୍ପ ନଗରୀ ତାଳଚେର ଅଞ୍ଚଳରେ ପାନଦୋକାନ ଠାରୁ ଆରମ୍ଭକରି ଗଳିକନ୍ଦିରେ ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟି ଚାଲିଥିବା ଦେଖିବାକୁ ମିଳିଛି  । ଏହା ଉପରେ କାହିଁକି ଯେ, ରୋକ ଲାଗୁନାହିଁ ତାକୁ ନେଇ ବର୍ତମାନ ଅଂଚଳରେ ଉଠିଛି ପ୍ରଶ୍ନ? ତାଳଚେର ସହର ଠାରୁ ଆରମ୍ଭକରି ଗୋପାଳ ପ୍ରସାଦ, କୁମୁଣ୍ଡା ଠାରୁ କନ୍ଧବେରଣୀ ଦେଇ ଗୋଡିବନ୍ଧ ଅଞ୍ଚଳରେ ଖୋଲମ ଖୁଲା ଭାବେ ଦେଶୀ ଓ ବିଦେଶୀ ମଦର କାରବାର ଅଭିଯୋଗ ହେଉଥିଲେ ମଧ୍ୟ ଏଠାରେ ଅବକାରୀ ଓ ପୋଲିସ୍‌ କିପରି ଚୁପ ରହୁଥିବା ଘଟଣା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍କ୍ୱାର୍‌ଡ ଆଜି ତାଳଚେର ବ୍ଲକ ଅନ୍ତର୍ଗତ ବହ୍ଲର ଛକ ନିକଟ ସନ୍ଥପଡା ସ୍ଥିତ ଏକ ମିନି କାଂଉଟରରେ୍‌ ଆତର୍କିତ ଚଢାଉ କରି ବେଆଇନ ଭାବେ ବିକ୍ରି ହେଉଥିବା ୪୧୯ ଲିଟର୍‌ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରି ଜଣକୁ ଗିରଫ କରିଥିବା ଘଟଣା ତାଳଚେର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି  । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକଟଙ୍କା ହେବ ବୋଲି ଜଣାପଡିଛି । ତେବେ କଥା ଆସେ, ସେହି ବେଆଇନ ମିନିକାଂଉଟର ଦୋକାନକୁ ଏତେ ମଦ କେଉଁଠାରୁ ଆସିଲା ଓ ତାକୁ କିଏ ଦେଉଥିଲା ତାହା ଚର୍ଚ୍ଚା ପରିଧିକୁ ଆସିଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତାହାର ମୁଖ୍ୟ କାରପଟଦାରକୁ ପୋଲିସ କାହିଁକି ଗିରଫ କରୁନାହିଁ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ବଢିଛି । ତେବେ ଏହି ମୁଖ୍ୟ ବ୍ୟବସାୟୀ ତାଳଚେରର ଭିନ୍ନ ଭିନ୍ନ ଅଞ୍ଚଳକୁ କେତେଶୟ ମଦ ଯୋଗାଇଥିବ ତାହା ଏଥିରୁ ସ୍ପଷ୍ଟବାରି ହୋଇଛି  ।