ଆରପିଆଇ ପକ୍ଷରୁ ଜରୁରୀ ବୈଠକ
ତାଳଚେର: ଆରପିଆଇ ରିପବ୍ଲିକ ଅଫ୍ ଇଣ୍ଡିଆ ପକ୍ଷରୁ ତାଳଚେର ହାଣ୍ଡିଧୂଆଁ ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଳା ଆରପିଆଇ ରିପବ୍ଲିକ ଅଫ୍ ଇଣ୍ଡିଆର ସଭାପତି ପ୍ରଦୀପ୍ତ ଶତପଥୀଙ୍କ ନେତୃତ୍ୱ ତାଳଚେରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଆରପିଆଇ ଦଳ ତରଫରୁ ଅନୁଗୋଳ ବିଧାନସଭାର ସଭାପତି ଏବଂ ବ୍ଲକ ସଭାପତିଙ୍କ ଦାୟୀତ୍ୱ ବହନ କରିବାକୁ ନୂତନ ଭାବରେ ପ୍ରାର୍ଥି ଚୟନ କରାଯିବାର ସ୍ଥିର ହୋଇଥିଲା । କାର୍ଯ୍ୟକ୍ରମରେ ଦଳ ପକ୍ଷରୁ ସନ୍ତୋଷ କୁମାର ସେଠୀଙ୍କୁ ଅନୁଗୋଳ ବିଧାନସଭା ଦାୟୀତ୍ୱ ଏବଂ ବ୍ଲକ ସଭାପତି ଭାବେ ଅଶୋକ କୁମାର ନାଏକଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ ଯୋଗଦେବା ପାଇଁ ଜିଲ୍ଳା ଆରପିଆଇ ରିପବ୍ଲିକ ଅଫ୍ ଇଣ୍ଡିଆ ଦଳର ସମସ୍ତ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା ।