ବିଜେଡ଼ିରୁ ସଞ୍ଜୀବ, କଂଗ୍ରେସରୁ ନିରଞ୍ଜନ : ବିଜେପିର କିଏ?

ବିଜେଡ଼ିରୁ ସଞ୍ଜୀବ, କଂଗ୍ରେସରୁ ନିରଞ୍ଜନ : ବିଜେପିର କିଏ?

ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ରବିବାର ସନ୍ଧ୍ୟାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଏଥି ପୂର୍ବରୁ ବିଜୁଜନତା ଦଳ ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ନାମ ଘୋଷଣା କରିଥିଲେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଦିନ ଗଡୁଥିବା ବେଳେ ଅନ୍ୟତମ ଜାତୀୟ ଦଳ ବିଜେପି ପକ୍ଷରୁ ଏହି ଆସନ ନିମନ୍ତେ ପ୍ରାର୍ଥୀ ଚୟନ ହୋଇପାରିନଥିବାରୁ କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି ।୨୦୧୯ ନିର୍ବାଚନରେ ନିରଞ୍ଜନ ପଟ୍ଟନାୟକ ଉଭୟ ଘଷିପୁରା ଓ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲା ବେଳେ ଚଳିତ ଥର କେବଳ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ସୁତରାଂ ଏହି ଆସନ ତାଙ୍କ ରାଜନୈତିକ ଜୀବନ ପାଇଁ ଏକ ·ଲେଞ୍ଜ ଭାବେ ଉଭା ହେବ । ଗତ୨୦୧୯ ନିର୍ବାଚନରେ ସେ ବର୍ତ୍ତମାନର ବିଧାୟକ ବିଜେଡିର ପ୍ରଫୁଲ୍ଲ ସାମଲଙ୍କ ଠାରୁ ପରାଜିତ ହୋଇଥିଲେ । ପ୍ରଫୁଲ୍ଲ ସାମଲଙ୍କୁ ୭୦ହଜାର୧୮୦ଟି ଭୋଟ(୪୦.୪୯ପ୍ରତିଶତ) ମିଳିଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କୁ ୬୧ହଜାର୩୨୧ଟି ଭୋଟ(୩୫.୩୮ପ୍ରତିଶତ)ମିଳିଥିଲା । ବିଜେପିର ବଦ୍ରିନାରାୟଣ ଧଳଙ୍କୁ ୩୯ହଜାର୨୪୧ଟି ଭୋଟ(୨୨.୫୮ପ୍ରତିଶତ)ମିଳିଥିଲା । ନିରଞ୍ଜନ ବାବୁ ଅପ୍ରତ୍ୟାଶିତ ଭାବେ ଗତ ଥର ଶେଷ ମୁହୂର୍ତ୍ତରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇ ବିଜେଡ଼ିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ କଡ଼ା ମୁକାବିଲା କରିଥିଲେ । ମାତ୍ର ଚଳିତ ଥର ବିଜେଡି ପ୍ରାର୍ଥୀଙ୍କ ଆସନ ଅଦଳ ବଦଳ କରି ପ୍ରଫୁଲ୍ଲ ବାବୁଙ୍କୁ ଭଦ୍ରକ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ଉଭୟ ସଞ୍ଜୀବ ଓ ନିରଞ୍ଜନ ଇତି ମଧ୍ୟରେ ବିଧାନସଭା କ୍ଷେତ୍ରରେ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ପ୍ର·ର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେପି ପକ୍ଷରୁ ଏଯାବତ ପ୍ରାର୍ଥୀ ଚୟନ ହୋଇପାରିନାହିଁ । ଫଳରେ ଏହି ଦଳର କର୍ମୀ ଓ ସମର୍ଥକ ମାନେ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି । ଦଳୀୟ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବାରୁ ଟିକେଟ ପ୍ରତ୍ୟାଶିଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଗୋଷ୍ଠିବିବାଦ ବୃଦ୍ଧି ପାଉଛି । ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି । ବିଜେପି ପକ୍ଷରୁ ଗତ ୨୦୧୪ ଓ ୨୦୧୯ରେ ପ୍ରାର୍ଥୀ ହୋଇଥିବା ସହ ସଙ୍ଗଠନର ନେତୃତ୍ୱ ନେଉଥିବା ବଦ୍ରିନାରାୟଣ ଧଳ, ପୂର୍ବତନ ପ୍ରଦେଶ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ, ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ପାଇଁ ଲଢ଼ି ହାରିବା ଓ ଦଳର ଭାବମୂର୍ତ୍ତି ଖରାପ କରୁଥିବା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇଥିବା ସୁଧାଂଶୁ ନାୟକଙ୍କ ସମେତ ଅନ୍ୟ କେତେକ ନାମକୁ ନେଇ ଚର୍ଚ୍ଚା ହେଉଛି । ଏହି ଆସନ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଘରୋଇ ବିଧାନସଭା କ୍ଷେତ୍ର ହୋଇଥିବାରୁ ସେ ବିଭିନ୍ନ ଦିଗପ୍ରତି ଧ୍ୟାନ ଦେଇ ପ୍ରାର୍ଥୀ ଚୟନ କରିବେ ବୋଲି ବିଳମ୍ବ ହେଉଥିବା କୁହାଯାଉଥଲେ ହେଁ ନିର୍ବାଚନ ମଣ୍ଡଳୀର ତୃତୀୟ ଶକ୍ତି ଥିବା ବିଜେପିକୁ ଏହି ଆସନ ଦଖଲ ପାଇଁ ଯଥେଷ୍ଟ କଷ୍ଟ କରିବାକୁ ପଡ଼ିବ ବୋଲି ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି ।