ରୁଷିଆ ଦୂତାବାସରେ ସ୍ଥାପିତ ହେବ ‘ବିଜୁ’ ଫଳକ
ଭୁବନେଶ୍ୱର : ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜିବାଦ ବିରୁଦ୍ଧରେ ରୁଷିଆର ବିଜୟ ଉସôବର ୮୦ତମ ବାର୍ଷିକୀ ଚଳିତ ନଅ ତାରିଖ ଦିନ ପାଳନ କରାଯାଉଛି । ଏହି ଅବସରରେ ଆସନ୍ତାକାଲି ଦିଲ୍ଲୀସ୍ଥିତ ରୁଷିଆ ଦୂତାବାସରେ ଏକ ସ୍ୱତନ୍ତ୍ର ଉସôବର ଆୟୋଜନ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସୀମ ସାହସିକତା ପ୍ରଦର୍ଶନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ସାମିଲ ହୋଇ ଅବରୁଦ୍ଧ ଲାଲ ବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଲାଲ ବାହିନୀର ବିଜୟ ପଥ ସୁଗମ କରିଥିଲେ । ବିଜୁବାବୁଙ୍କ ଏହି ମହାନ ଅବଦାନକୁ ସମ୍ମାନ ଜଣାଇ ଆସନ୍ତା କାଲି ନୂଆଦିଲ୍ଲୀ ରୁଷ ଦୁତାବାସରେ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷର ରାଷ୍ଟ୍ରଦୂତ ମିଃ ଡେନିଷ ଆଲିପୋଭ ବିଜୁବାବୁଙ୍କ ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରିଛନ୍ତି । ଏହି ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିରୋଧୀ ଦଳ ନେତା ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାତ୍ରା କରିଛନ୍ତି । ଶ୍ରୀ ପଟ୍ଟନାୟକ ରୁଷ ଦୁତାବାସରେ ଉଭୟ ମଇ ସାତ ଓ ନଅ ତାରିଖ ଦୁଇ ଦିନର କାର୍ଯ୍ୟକ୍ରମରେ ଯୋଗଦେବେ ।