ଉକଳ ବିଶ୍ୱ ବିଦ୍ୟାଳୟରେ କୁଳପତି ନିଯୁକ୍ତି ମାମଲା : ଜବାବ ତଲବ କଲେ ହାଇକୋର୍ଟ

 କଟକ : ଉକôଳ ବିଶ୍ୱବିଦ୍ୟାଳୟର ସ୍ଥାୟୀ ତଥା ଭାରାପ୍ରାପ୍ତ କୁଳପତି ନିଯୁକ୍ତି ସଂପର୍କରେ ଜନସ୍ୱାର୍ଥ ମାମଲା ନେଇ ଉଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬(୧) ଅନୁସାରେ ଉକôଳ ବିଶ୍ୱ ବିଦ୍ୟାଳୟର ସ୍ଥାୟୀ କୁଳପତି ଓ ଧାରା ୬(୧୦) ଅନୁସାରେ ଭାରାପ୍ରାପ୍ତ କୁଳପତି ନିଯୁକ୍ତି ପାଇଁ ଆଗତ ଜନସ୍ୱାର୍ଥ ମାମଲାର ପ୍ରାରମ୍ଭିକ ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ଏମଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି । 
ଉକôଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ହାଇକୋର୍ଟର ଅଧିବକ୍ତା ପ୍ରବୀର ଦାସଙ୍କ ଦ୍ୱାରା ରୁଜୁ ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ଉକôଳ ବିଶ୍ୱବିଦ୍ୟାଳୟର ତକôାଳୀନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୪ରେ ଶେଷ ହେବା ପରେ କୁଳାଧିପତି ତାଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୨୩ମେ ୨୦୨୫ ରେ ସମାପ୍ତ ହେବା ପରେ କୁଳାଧିପତି ଉକôଳ ବିଶ୍ୱବିଦ୍ୟାଳୟର ବାୟୋ ଟେକ୍ନୋଲୋଜି ବିଭାଗର ପ୍ରଫେସର ଜଜେ୍ଞଶ୍ୱର ଦଣ୍ଡପାଟଙ୍କୁ ଭାରାପ୍ରାପ୍ତ କୁଳପତି ଭାବେ ୨୭ ମେ ୨୦୨୫ରେ ନିଯୁକ୍ତି ଦେଇଥିଲେ । କିନ୍ତୁ କୌଣସି କାରଣବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୮୯ ଧାରା ୬(୧୦) ଅନୁସାରେ ଅନ୍ୟ କୌଣସି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଭାରାପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି । କୁଳପତିଙ୍କ ଦ୍ୱାରା ପ୍ରଫେସର ଜଜେ୍ଞଶ୍ୱର ଦଣ୍ଡପାଟଙ୍କୁ ଭାରାପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬(୧୦) ଅନୁସାରେ ଅନ୍ୟ ଯେକୌଣସି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଉକôଳ ବିଶ୍ୱ ବିଦ୍ୟାଳୟର ଭାରାପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦେବାକୁ କୁଳାଧିପତିଙ୍କୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି । 
ସୂଚନାଯୋଗ୍ୟ, ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ପ୍ରାବଧାନକୁ ଉଲ୍ଲଂଘନ କରି କୁଳାଧିପତି କେମିତି ଏମିତି ନିଯୁକ୍ତି ଦେଲେ ଓ ଓଡ଼ିଶା ସରକାର କେମିତି ତାଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ବିଫଳ ହେଲେ ବୋଲି ଖଣ୍ଡପୀଠ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ନ୍ୟାୟାଳୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ରେ ହେବ । ମାମଲାରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସଚିବ, କୁଳାଧିପତିଙ୍କର ପ୍ରମୁଖ ସଚିବ, ଉକôଳ ବିଶ୍ୱବିଦ୍ୟାଳୟର ଭାରାପ୍ରାପ୍ତ କୁଳପତି ଓ କୁଳସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।