ଏମାନଙ୍କ ପାଇଁ ହାନିକାରକ ଚିଆ ସିଡର ସେବନ

ଏମାନଙ୍କ ପାଇଁ ହାନିକାରକ ଚିଆ ସିଡର ସେବନ

ଚିଆ ସିଡ୍ସରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି ।ଏଥିରେ ଆଇରନ୍, ଫାଇବର, ପୋଟାସିୟମ୍, ଭିଟାମିନ୍-ସି ମିଳିଥାଏ।ବର୍ତ୍ତମାନ ସମୟରେ ଚିଆ ସିଡ୍ସ୍ ସମସ୍ତଙ୍କ ଖାଦ୍ୟ ତାଲିକାରେ ସ୍ଥାନ ପାଇଛି । ଚିଆ ସିଡ୍ସ ଖାଇବା ଗ୍ୱାରା ତ୍ୱଚାରେ ଚମକ ସହ ଓଜନ ନିୟନ୍ତ୍ରଣରେ ରହିଥାଏ।

ଏବା ବ୍ୟତୀତ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଚିଆ ସିଡ୍ସ ଭଲ ହୋଇଥାଏ । କିନ୍ତୁ ସମସ୍ତଙ୍କ ପାଇଁ ଚିଆ ସିଡ୍ସ ଉପକାରୀ ନୁହେଁ। ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ। ତେଣୁ କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ...

ଗର୍ଭବତୀ ମହିଳା:- ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ଚିଆ ସିଡ୍ସ। ଡାକ୍ତରମାନେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଚିଆ ସିଡ୍ସରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ବ୍ୟକ୍ତିଙ୍କର ଚିଆ ସିଡ୍ସ ପ୍ରତି ଆଲର୍ଜି ରହିଛି, ସେମାନେ ମଧ୍ୟ ଏହାର ସେବନ ଠାରୁ ଦୂରେଇ ରହିବା ଉଚିତ୍।  ତେଣୁ ଚିଆ ସିଡ୍ସକୁ ଡାଏଟରେ ସାମିଲ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ନିହାତି କରନ୍ତୁ।

ପେଟ ସମସ୍ୟା ଥିବା ବ୍ୟକ୍ତି:- ଯେଉଁମାନଙ୍କର  ଗ୍ୟାସ୍,ପେଟ ଯନ୍ତ୍ରଣା,କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ପୀଡିତ , ତେବେ ସେମାନେ ଚିଆ ସିଡ୍ସର ସେବନ ନକରିବା ଉଚିତ୍ । ନଚେତ୍ ଏହା ସମସ୍ୟାକୁ ଦ୍ୱିଗୁଣିତ କରିପାରେ।

କିଡନୀ ରୋଗ:-ଚିଆ ସିଡ୍ସରେ ଅଧିକ ପରିମାଣର ଅକ୍ସାଲେଟ୍ ମିଳିଥାଏ, ଯାହା କିଡନୀ ଷ୍ଟୋନ୍ ଆଶଙ୍କାକୁ ବଢାଇପାରେ। ତେଣୁ ଯେଉଁମାନଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥାଏ, ସେମାନେ ଚିଆ ସିଡ୍ସ ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ। କିଡନୀ ରୋଗୀ ଚିଆ ସିଡ୍ସ ସେବନ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।