ପ୍ରଧାନଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି ଅଭିଯୁକ୍ତ କୋର୍ଟ ଚାଲାଣ

 ଧର୍ମଶାଳା:  ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗୋଇଠା ମାରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ପ୍ରଶାନ୍ତ ମହାନ୍ତି (୩୫)ହୋଇଥିବା ବେଳେ ନିଶାଶକ୍ତ ଅବସ୍ଥାରେ ଶ୍ରେଣୀ ଗୃହରେ ପଶି ଛାତ୍ରୀମାନଙ୍କୁ ଧମକ ଚମକ ଦେଇଥିଲେ । ଏହା ଦେଖି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରୁନାମଣୀ ଗୋଛାୟତ ତାଙ୍କୁ ବାରଣ କରିବାରୁ ସେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଗୋଇଠା ମାରିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଏନେଇ ବ୍ଲକ ଶିକ୍ଷାଧିକାରୀ ଓ ସାଧନକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ୮୩/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।