ଖରସ୍ରୋତାରୁ ଯୁବକର ମୃତ ଦେହ ଉଦ୍ଧାର
ବିଞ୍ଝାରପୁର: ଖରସ୍ରୋତା ନଦୀରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ବିଞ୍ଝାରପୁର ଥାନା କଲ୍ୟାଣପୁର ଗ୍ରାମର ବିଜ୍ଞାନ ସାହୁଙ୍କ ବଡ଼ ପୁଅ ଜଗନ ହୋଇଥିବା ବେଳେ ତିନିଦିନ ପୂର୍ବରୁ ସେ ନିଖୋଜ ଥିବା ବେଳେ ଆଜି ସକାଳୁ ସିଂହପୁର ନିକଟସ୍ତ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପୋଲ ନିକଟ ଖରସ୍ରୋତା ନଦୀରେ ତାଙ୍କ ମୃତ ଦେହ ଭାସୁଥିଲା । ଖବର ପାଇ ପୁଲିସ ପହଁଚି ଦମକଳ ବାହିନୀ ସହାୟତାରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।