ସମସ୍ୟା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ନାଉଗାଁରୁ ଅଜିତ୍ ଓଝା :  ସମସ୍ୟା ଘେରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ସୁଧୁରୁ ନଥିବାବେଳେ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତର ଏକ ଲକ୍ଷ ଊଦ୍ଧ୍ୱର୍ ଜନବସତି ଏହି ମେଡିକାଲ ଉପରେ ନିର୍ଭରଶୀଳ ଥିବାବେଳେ ମେଡିକାଲକୁ ପ୍ରତ୍ୟହ ୪୦୦ରୁ ଊଦ୍ଧ୍ୱର୍ ରୋଗୀ ଚିକିସôା ପାଇଁ ଆସିଥାନ୍ତି । ଉକ୍ତ ମେଡିକାଲ ନିର୍ମାଣର ୬୦ ବର୍ଷ ପରେ ମଧ୍ୟ ଏଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିସôାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ ।
 ରାଜ୍ୟ ସରକାର ମହିଳା ଓ ମାତୃତ୍ୱ ବିକାଶ ପାଇଁ ବିଭିନ୍ନ ସୁବିଧା କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ନାଉଗାଁ ବ୍ଲକରେ ମିହିଳା ଓ ମାତୃତ୍ୱମାନଙ୍କ ସ୍ୱାସ୍ଥ୍ୟସେବାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିବା ଚିନ୍ତାର ବିଷୟ ପାଲଟିଛି । ଏଥିନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ୟା ସାଜିଛି ପ୍ରସୂତ ଓ ସ୍ତ୍ରୀ ରୋଗ ଡାକ୍ତରଙ୍କ ଅଭାବ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପ୍ରସୂତି କେନ୍ଦ୍ରର ଇନଚାର୍ଜ ପଦବୀରେ କେହିନାହାଁନ୍ତି । ଉକ୍ତ ଅଞ୍ଚଳର ପ୍ରସୂତି ମହିଳା ଏବଂ ସ୍ତ୍ରୀ ରୋଗ ମହିଳାମାନେ ଅନ୍ୟତ୍ର ବହୁ ଦୂରଦୂରାନ୍ତ ଜଗତସିଂହପୁର, ବାଲିକୁଦା ଏବଂ କଟକ ଯାଇ ବହୁ ବିପଦପୂର୍ଣ୍ଣ ଭାବେ ଚିକିସôା ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିପରି ଉକ୍ତ ମେଡିକାଲରେ ଦନ୍ତ ଚିକିସôା ପାଇଁ ଡାକ୍ତର ଏବଂ ଆବଶ୍ୟକୀୟ ସାମଗ୍ରୀ ଥାଇ ମଧ୍ୟ ଡାକ୍ତରଙ୍କ ଅନିୟମିତତା ପାଇଁ ଦନ୍ତ ଚିକିସôା ପାଇଁ ରୋଗୀ ବଞ୍ଚôତ ହୋଇ ଆସୁଛନ୍ତି । ଆବଶ୍ୟକ ସ୍ଥଳେ ସାତ ଜଣ ଷ୍ଟାଫ ନର୍ସ ପରିବର୍ତ୍ତେ ମାତ୍ର ତିନି ଜଣ ଷ୍ଟାଫ ନର୍ସ କାର୍ଯ୍ୟ କରୁଛନ୍ତି । ଯାହାକି ଚିକିସôା ପାଇଁ ମୁଖ୍ୟ ଏକ ସମସ୍ୟା ପାଲଟିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସରରେ ବର୍ଷା ଦିନରେ କୌଣସି ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଜଳ ଘେରରେ ରହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅପରିଷ୍କାର ଓ ସଂକ୍ରମଣ ବ୍ୟାପୀ ରୋଗୀ ସେବାରେ ବାଧକ ସାଜିଥାଏ । ଉକ୍ତ ମେଡିକାଲ ଆବଶ୍ୟକ ଥିବା ବିଦୁ୍ୟତ୍ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ନ ଥିବାରୁ ଲୋ ଭୋଲଟେଜ ଯୋଗୁଁ ଦୀର୍ଘ ଦିନ ହେବ ସମସ୍ୟା ପାଲଟିଛି । ଅନ୍ତଃ ଚିକିତ୍ସା ଓ ବଃର୍ହି ବିଭାଗ ଗୃହ ଗୁଡିକରେ ଅତ୍ୟାଧୁନିକ ସୁବିଧା ଓ ସରଞ୍ଜାମ ଓ ଶୀତତାପ ନିୟନ୍ତ୍ରିତ ମେସିନ ନ ଥିବାରୁ ବହୁ ସମୟରେ ରୋଗୀମାନେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି । ଏ ସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଚିଦ ଭୂଷଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟାକୁ ସେ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଆଗାମୀ ଦିନରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ନିମନ୍ତେ ଉନ୍ନତମାନର ଉପଯୁକ୍ତ ରୋଗୀ ସେବା ଯୋଗାଇ ଦେବାକୁ ସେ ନିରନ୍ତର ଉଦ୍ୟମ ଓ ଦାବି ଉପସ୍ଥାପନା ଜାରି ରଖିବେ ବୋଲି କହିଛନ୍ତି ।