ପୁସ୍ତକ ‘ନେଦରଲାଣ୍ଡର ବାଟେ ଘାଟେ’ ଲୋକାର୍ପିତ
ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା/ତାଳଚେର: ତାଳଚେରର ବିଶିଷ୍ଟ ଗବେଷକ ଡ.ପ୍ରଶାନ୍ତ କୁମାର ରଥଙ୍କ ରଚିତ ଭ୍ରମଣ କାହାଣୀ ‘ନେଦରଲାଣ୍ଡର ବାଟେ ଘାଟେ’ ଉନ୍ମୋଚିତ ହୋଇଯାଇଛି । ଏ ନେଇ ସନ୍ଥପଡା ଗ୍ରାମ ସ୍ଥିତ ହରିହର ମନ୍ଦିର ପରିସରରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ଗଣେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାକ୍ତର ବିନୋଦ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଶାଖା ସଂପାଦକ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ ଓ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ କରକମଳରେ ଡ.ପ୍ରଶାନ୍ତ କୁମାର ରଥଙ୍କ ସ୍ୱରଚିତ ଭ୍ରମଣ କାହାଣୀ ‘ନେଦରଲାଣ୍ଡର ବାଟେ ଘାଟେ’ ପୁସ୍ତକ ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ରନôାକର ଶର୍ମା ଓଁକାର ବନ୍ଦନା କରିବା ସହ ପୁସ୍ତକଟିକୁ ମହାଦେବ ଓ ଭଗବାନ ଶ୍ରୀବିଷ୍ଣୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପୁସ୍ତକର ରଚୟିତା ଡ.ପ୍ରଶାନ୍ତ କୁମାର ରଥ ନେଦରଲାଣ୍ଡ ପରିଭ୍ରମଣ କରିଥିବା ସମୟରେ ଦେଖିଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ତଥା ନିଜ ଅନୁଭୂତିକୁ ପାଥେୟ କରି ସମସ୍ତ ବର୍ଗର ପାଠକମାନଙ୍କ ନିମନ୍ତେ ଏଭଳି ଏକ ପୁସ୍ତକ ରଚନା କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ମଧୁସ୍ମିତା ସାମଲ ପରିଚାଳନା କରିଥିବାବେଳେ ଅଧ୍ୟାପକ ପ୍ରବୋଧ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ୍ତ ସାମନ୍ତ, ପବିତ୍ର ମୋହନ ସାହୁ, ଅଶୋକ କୁମାର ପାଣି, ସୌଭାଗ୍ୟ ପାଣି, ନୀରୋଦ ସାମଲ, ବୀର ବିକ୍ରମ ସିଂହ ସାମନ୍ତ, ସୂର୍ଯ୍ୟକାନ୍ତ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ ।