ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିର୍ଦଶନ
କଣାସ: ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା କଣାସ ବ୍ଲକରେ ପହଞ୍ଚô ଚଳିତ ନିର୍ବାଚନ ପାଇଁ ଚିହ୍ନଟ କରାଯାଇଥିବା ବୁଥ୍ କେନ୍ଦ୍ରଗୁଡିକ ବୁଲି ପରିଦର୍ଶନ କରିଛନ୍ତି । ସେ କେନ୍ଦ୍ରଗୁଡିକ ବୁଲି ଦେଖିବା ସହିତ ପାନୀୟଜଳ ସୁବିଧା ଅଛି କି ନାହିଁ, ଲୋକମାନେ କିପରି ସହଜରେ ଭୋଟ ଦେଇପାରିବେ ତାହାର ବ୍ୟବସ୍ଥା କରାଯାଇଛି କି ନାହିଁ ତଦାରଖ କରିଥିଲେ । ଏଥିସହ ପଞ୍ଚାୟତ ସମିିତି କାର୍ଯ୍ୟାଳୟକୁ ଆସି ସମୀକ୍ଷା କରିଥିଲେ । ଏହି ଅବସରରେ ବିଡିଓ ନାରାୟଣ ସାହୁ, କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିଲେ ।